ମହିଳାଙ୍କୁ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲ ମାଡ ଖାଇଲେ ଯୁବକ

ସୋର ୧୯।୮: ମହଙ୍ଗା ପଡିଲା ଫେସବୁକ୍ ପ୍ରେମ । ମହିଳାଙ୍କୁ ଫୋନ୍‌ ରେ ପ୍ରେମ ନିବେଦନ କରି ବିଚ୍ ରାସ୍ତାରେ ଚପଲରେ ମାଡ ଖାଇଲେ ଯୁବକ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା ଶେରଗଡ ନିକଟରେ ଜଣେ ଯୁବକକୁ ଜଣେ ମହିଳା ଗୋଡାଇ ଗୋଡାଇ ଚପଲରେ ପିଟୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଖଇରା ବ୍ଲକ୍ ତୁଡିଗଡିଆ ଅଞ୍ଚଳର ଚିତ୍ତ ପାଢୀ ନାମକ ଜଣେ ଯୁବକ ଫେସବୁକରୁ ନମ୍ବର ପାଇ ଶେରଗଡ ଅଞ୍ଚଳର ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିଆସୁଥିଲେ । ମହିଳାଙ୍କ ବାରଣ ସତ୍ତ୍ବେ ଯୁବକ ଜଣକ ବିଭିନ୍ନ ସମୟରେ ଫୋନ୍ କରି ଅଶ୍ଳୀଳ କଥା କହୁଥିଲେ ।

ମହିଳା ଜଣଙ୍କ ଯୁବକଙ୍କୁ ପାନେ ଦେବା ପାଇଁ ସଲାସୁତରା କରି ଫୋନ୍ କରି ଶେରଗଡ ଟୋଲ୍ ଗେଟ୍ ନିକଟକୁ ଡାକିଥିଲେ । ଯୁବକ ଜଣକ ପହଞ୍ଚିବା ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ମହିଳା ଜଣଙ୍କ ୧୬ ନଂ ଜାତୀୟ ରାଜପଥ କଡରେ ଚପଲରେ ନିସ୍ତୁକ ପିଟୁଥିବା ଭିଡିଓ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି ।

Spread the love