ଗାଁ ଦାଣ୍ଡରେ ମହିଳାଙ୍କୁ ମାଡ ମାରିଥିବା ଅଭିଯୋଗ ,ନ୍ୟାୟ ପାଇଁ ପିଡିତା ମହିଳା ଏସପିଙ୍କ ଦ୍ବାରସ୍ଥ

ସରପଞ୍ଚ ବାପାଙ୍କ ଦାଦାଗିରି । ମଦ ପିଇ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କୁ ମାଡ ମାରିଛନ୍ତି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମା ଥାନା ଗୌଡଗୁଡା ଗ୍ରାମରେ ଘଟିଛି ଏହି ଘଟଣା । ସୁଆଁ ଫସଲ ଜମିରେ ଗାଇ ପଶି ଫସଲ ନଷ୍ଟ କରିଦେଇଥିବା  ନେଇ ସରପଞ୍ଚର ବାପା ଜଣକ ଗାଁ ଦାଣ୍ଡରେ ଗୋରୁ ଗାଇଙ୍କ ଭଳି ମହିଳାଙ୍କ ଠେଙ୍ଗାରେ ପିଟି ଚାଲିଲେ। କେବଳ ସେତିକି ନୁହେଁ ଅଭଦ୍ର ଭାଷାରେ ଗାଳିଗୁଲଜ କରିବା ସହ ମହିଳା ଜଣଙ୍କୁ ଗୋଡାଇ ଗୋଡାଇ ପିଟିଥିଲେ।

ପ୍ରାଣ ଭୟରେ ମହିଳା ଜଣକ ଘରେ ପଶିଯାଇଥିଲେ। ଘରୁ ବାହାରିବା ପାଇଁ. ସରପଞ୍ଚଙ୍କ ବାପା ମହିଳା ଜଣଙ୍କୁ ଧମକ ଦେଇଥିଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲଜ ଗୌଡାଗୁଡା ଗ୍ରାମର ଏଭଳି ଘଟଣା ଘଟିଛି। ସରପଞ୍ଚଙ୍କ ବାପା ନିଶାଶକ୍ତ ଅବସ୍ଥାରେ ମାଡ ମାରୁଥୁବାର ଅଭିଯୋଗ ହୋଇଛି।  ଗୌଡଗୁଡା ପଞ୍ଚାୟତର ସରପଞ୍ଚ ଡମ୍ବୁରୁ ମୁଦୁଲିଙ୍କ ବାପା ଅଟନ୍ତି ତିର ମୁଦୁଲି।

ଗତ ୨୭ ତାରିଖରେ  ମହିଳାଙ୍କ  ପାଳିତ ଗାଇଟି ତିର ମୁଦୁଲିର ଚାଷ ଜମିରେ ପଶି କୁଆଡେ ଫସଲ ନଷ୍ଟ କରିଦେଇଛି । ସେଥିରେ ଉତକ୍ଷିପ୍ତ ହୋଇ  ତିର ମୁଦୁଲି  ଗାଇ ପାଳିଥିବା  ମହିଳା ଦେବକି ବିଶୋଇଙ୍କୁ ଗାଁ ଦାଣ୍ଡରେ ଅଭଦ୍ର ଭାଷାରେ ଗାଳି ଗୁଲଜ କରିବା ସହ ଠେଙ୍ଗାରେ ଗୋରୁ ଗାଇକୁ ପିଟିବା ଭଳି ପିଟି ଚାଲିଲେ । ଏହି ଭିଡିଓ ଏବେ ଭାଇରଲ ହେଉଛି । ଅପରପକ୍ଷେ ସରପଞ୍ଚଙ୍କ ବାପା ମହିଳାଙ୍କ ସ୍ବାମୀଙ୍କ ନାଁରେ ମରଣାନ୍ତକ ଆକ୍ରମଣ ଅଭିଯୋଗ ଦେଇଛନ୍ତି କାକରିଗୁମା ଥାନାରେ। ଅଭିଯୋ.କୁ ଖଣ୍ଡନ କରିଛନ୍ତି ମହିଳାଙ୍କ ସ୍ବାମୀ।ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଛନ୍ତି କୋରାପୁଟ ଏସପି।

Spread the love