ପିପିଲିରୁ ୫ ଲକ୍ଷ ୫୦ ହଜାରର ବ୍ରାଉନ୍‌ ସୁଗାର ଜବତ, ମହିଳା ଗିରଫ

ପୁରୀ, ୩୦/୮: ପୁରୀ ଜିଲ୍ଲା ପିପିଲି ଥାନା ଅଧିନ ବନସରା ଛକରୁ ୫ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ ସୁଗାର ଜବତ। ଅବକାରୀ ଥାନା ଦ୍ବାରା ଜଣେ ମହିଳା ଗିରଫ। ଗିରଫ ମହିଳା ଅଭିଯୁକ୍ତ ହେଉଛନ୍ତି ୬୫ବର୍ଷୀୟ ସୁଲୋଚନା ପଲେଇ। ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପିପିଲି ଅବକାରୀ ଥାନା ଉପ-ନିରୀକ୍ଷକ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ପିପିଲି ଓ ଜଟଣୀ ରାସ୍ତାରେ ଥିବା ବନସରା ଛକରେ ଚଢ଼ାଉ କରି ଅଭିଯୁକ୍ତ ସୁଲୋଚନାକୁ ଗିରଫ କରିଥିଲେ।

ସୁଲୋଚନା ଠାରୁ ଅବକାରୀ ବିଭାଗ ୫୫ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ମୁଲ୍ୟ ୫ ଲକ୍ଷ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ। ପିପିଲି ଅବକାରୀ ଥାନା ଅଭିଯୁକ୍ତ ମହିଳା ବିରୁଦ୍ଧରେ କେସ ନଂ- 49/22-23 ରୁଜୁ କରି କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ପୁରୀ କାରଗାରକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ASI ସନ୍ତୋଷ ନାଏକ ଏବଂ କର୍ମଚାରୀ ତପନ ପ୍ରଧାନ, ଦୀନବନ୍ଧୁ ବାରିକ, ସବିତା ସାହୁ ଓ ଦୀପ୍ତି ରଞ୍ଜନ ଦାସ ପ୍ରମୁଖ ସାମିଲ ଥିଲେ ।

Spread the love