ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ

ଭୁବନେଶ୍ୱର: ରାଜ୍ୟରେ ମହିଳାମାନେ ପୂରା ଅସୁରକ୍ଷିତ ହୋଇପଡିଛନ୍ତି । ରକ୍ଷକ ଏଠି ଭକ୍ଷକ ସାଜିଛି । ଖୋଦ୍‌ ପୋଲିସ ମହିଳାମାନଙ୍କୁ ସୁରକ୍ଷା ଦେବା ପରିବର୍ତେ ସେମାନଙ୍କ ସହ ଦୁଷ୍କର୍ମ କରିଚାଲିଛି । ଗତ ମେ ୭ ତାରିଖ ଦିନ ମାଲକାନଗିରି ପୋଲିସ କ୍ୟାଟିଂନରେ ଜଣେ ଆଦିବାସୀ ମହିଳା ଚନ୍ଦ୍ରମା ଭୂମିଆଙ୍କୁ ପୋଲିସ କ୍ୟାଟିଂନରେ ଗଣ ଦୁଷ୍କର୍ମ କରାଯାଇଥିଲା । ପିଡିତାଙ୍କ ସ୍ୱାମୀ ବୁଦୁରା ଗଉଡଙ୍କ କହିବାନୁଯାୟୀ ତାଙ୍କ ସ୍ତ୍ରୀ ଅଚେତ ଅବସ୍ଥାରେ ଥିଲା ଏବଂ ତାଙ୍କ ଦେହରେ କ୍ଷତ ବିକ୍ଷତ ଚିହ୍ନ ରହିଥିଲା । ତାଙ୍କ ସ୍ତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି ବୋଲି ବୁଦୁରା ଗଉଡ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ଆଗରେ କହିଥିଲେ । ଏହି ଘଟଣାକୁ ଡେଢମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ପୋଲିସ ଚୁପ୍‌ ରହିଛି । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ନଆସିବାରୁ ମନରେ ଆଶଙ୍କା ସୃଷ୍ଟି ହେଉଛି ଯେ, ଯେହେତୁ ଘଟଣା ପୋଲିସ କ୍ୟାଟିଂନରେ ଘଟିଲା ଏବଂ ପୋଲିସର ସଂପୃକ୍ତି ଥିବାରୁ ଏ ଘଟଣାକୁ ସରକାରୀ ସ୍ତରରେ ଚାପି ଦିଆଯାଉଛି । ସେହିପରି ଗତ ୨୨ ତାରିଖରେ ବୀରମିତ୍ରପୁର ଥାନା ଅଧିକାରୀ ଜଣେ ଆଦିବାସୀ ନାବାଳିକା ସହ ଦୁଷ୍କର୍ମ କରି ପୀଡିତାର ଗର୍ଭପାତ କରାଇଛନ୍ତି । ଏହା ବିରୁଦ୍ଧରେ ୪ ଦଫା ଦାବି ନେଇ ରାଜ୍ୟ ବିଜେପିର ଏକ ଉଚ୍ଚ ସ୍ତରୀୟ ପ୍ରତିନିଧୀ ଦଳ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଦୁଇଟି ଘଟଣା ଆଦିବାସୀ ମହିଳାଙ୍କ ସହ ହୋଇଥିବାରୁ ଏସି ଏସଟି ଏଟ୍ରୋସିଟି ଆକ୍ଟ ଲଗାଇ ସେମାନଙ୍କୁ ଧରାଯାଉ । ଏହା ସହ ଏହି ଆକ୍ଟ ଅନୁଯାୟୀ ଦୁଇ ଜଣ ପୀଡିତାଙ୍କ ପରିବାରକୁ ତୁରନ୍ତ କ୍ଷତିପୂରଣ ପ୍ରଦାନ କରାଯାଉ ଏବଂ କେସକୁ ରଫାଦଫା କରିବା ପାଇଁ ପୀଡିତାଙ୍କ ପରିବାରକୁ ପୋଲିସ ଧମକ ଦେଉଥିବାରୁ ସେମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ପ୍ରତିନିଧୀ ଦଳ ଦାବି କରିଛନ୍ତି ।

ପ୍ରଥମ ଘଟଣାରେ ମାଲକାନଗିରି ପୋଲିସ କ୍ୟାଟିଂନରେ କାର୍ଯ୍ୟରତ ଥିବା ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ଦେଢମାସରୁ ଉର୍ଦ୍ଧ୍ୱ ବିତିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ଏଯାବତ ପରିବାର ଲୋକଙ୍କୁ ପୋଷ୍ଟମର୍ଟମ ରିପୋର୍ଟ ଦିଆଯାଇନାହିଁ। ବିଜେପିର ଏକ ପ୍ରତିନିଧୀ ମଣ୍ଡଳୀ ମାନବଧିକାର କମିଶନଙ୍କ ଆଗରେ ଏ ଘଟଣାକୁ ରଖିବା ପରେ ୧୦ ଦିନ ମଧ୍ୟରେ ପୋଷମର୍ଟମ ରିପୋର୍ଟକୁ ସାର୍ବଜନୀନ କରିବା ଏବଂ ପୀଡିତା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ବି ପୋଲିସ ଚୁପ୍ ରହିଛି ।

Spread the love