ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳାଙ୍କ ପରଲୋକ

କାଦିରଲୀ :  ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ଭାବେ ଜଣାଶୁଣା ଏଲିଫ କୋକାମନଙ୍କ ପରଲୋକ ହୋଇଛି। ତୁର୍କି ଉସ୍ମାନିଆ ପ୍ରଦେଶର କାଦିରଲୀ ସହରରେ ରହୁଥିବା ଏଲିଫଙ୍କ ବୟସ ମୃତ୍ୟୁବେଳକୁ ମାତ୍ର ୩୩ ଥିଲା।  ଗିନିଜ ୱାର୍ଲଡ ରେକର୍ଡରେ ବିଶ୍ୱର ସବୁଠୁ କମ ଉଚ୍ଚତାର ମହିଳା ଭାବେ ତାଙ୍କ ନାମ ରହିଛି। ମିରରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୧୦ ମସିହାରେ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସେ ସ୍ଥାନ ପାଇଥିଲେ।

ଏଲିଫ ଗତ ମଙ୍ଗଳବାର ଅଚାନକ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇପ଼ଡିଥିଲା। ସେ ଗୁରୁବାର ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏଲିଫ କୋକାମନଙ୍କ ଉଚ୍ଚତା ମାତ୍ର ୭୨.୬ ସେଣ୍ଟିମିଟର ଅର୍ଥାତ ଅଢେଇ ଫୁଟ। ୨୦୧୦ ମସିହାରେ ତାଙ୍କୁ ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡସରେ ସ୍ଥାନ ମିଳିବା ବେଳେ ମୁଁ ଜାଣିଥିଲେ ଦିନେ ନା ଦିନେ ଦୁନିଆ ମୋତେ ଚିହ୍ନିବ ବୋଲି କହିଥିଲେ।

ପିଲାଦିନେ ତାଙ୍କର କମ ଉଚ୍ଚତା ଯୋଗୁ ସ୍କୁଲରେ ସାଙ୍ଗମାନଙ୍କ ତାଙ୍କୁ ଚିଡାଉଥିଲେ। ହେଲେ ଏହି ଉଚ୍ଚତା ହିଁ ଦିନେ ଦୁନିଆରେ ତାଙ୍କର ପରିଚୟ ହେବ ବୋଲି ସେ ନିଜେ ବି ଜାଣିନଥିଲେ। ସେ ନିଜର ଉଚ୍ଚତା ଲାଗି ଏବେ ଆଉ କେବେ ବି ଅନୁତାପ କରିବେନି ବୋଲି ଗିନିଜ ବୁକ୍ ଅଫ ୱାର୍ଲଡ ରେକର୍ଡରେ ସ୍ଥାନ ପାଇବା ବେଳେ ଏଲିଫ କହିଥିଲେ।   

Spread the love