କ୍ୟାନସର ସହ ଅନ୍ୟାନ୍ୟ ସାଂଘାତିକ ରୋଗରୁ ସୁରକ୍ଷା ଦିଏ ଏହିସବୁ ମଞ୍ଜି, ଜାଣନ୍ତୁ ବ୍ୟବହାର

ଆଫଗାନିସ୍ତାନରେ ତାଲିବାନର କବଜା ସାରା ଦୁନିଆକୁ ଚିନ୍ତାରେ ପକାଇଛି। ସେଠାକାର ଲୋକ ଯେତିକି ସମସ୍ୟାର ସମ୍ମୁଖିନ ହେଉଛନ୍ତି କିଛି ମାତ୍ରାରେ ଅନ୍ୟ ଦେଶର ଲୋକ ମଧ୍ୟ ଅସୁବିଧାର ସାମ୍ନା କରୁଛନ୍ତି। ଆପଣ ଜାଣନ୍ତି ଯେ, ଶରୀର ପାଇଁ ଆବଶ୍ୟକ ଦାମୀ ଡ୍ରାଏ ଫ୍ରୁଟ୍ସ ଆଫଗାନିସ୍ତାନରୁ ଆସିଥାଏ। କିନ୍ତୁ ଏବେ ତାଲିବାନର କବଜା ପରେ ସେସବୁର ଆମଦାନୀ ଉପରେ ରୋକ ଲାଗିଛି।ଡ୍ରାଏଫ୍ରୁଟ୍ସର ଆମଦାନୀ ଉପରେ ରୋକ ଲାଗିବା ପରେ ବିଶେଷ କରି ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଭାରତରେ ଏବେ ଏହାର ଦାମ ବହୁତ ବଢ଼ିଯାଇଛି। ଏହାକୁ ନେଇ ଅନେକ ଭାରତୀୟ ଚିନ୍ତାରେ ଥିବା ବେଳେ ଆମେ ଆପଣଙ୍କ ଚିନ୍ତା କମାଇବା ପାଇଁ କିଛି ଅନ୍ୟ ବିକଳ୍ପ ନେଇ ଆସିଛୁ। ଆମେ ଏଠାରେ ଦେଶୀ ଡ୍ରାଏ ଫୁ୍ରଟ୍ସ ସମ୍ପର୍କରେ କହିବୁ ଯାହା ସେହି ପରିମାଣରେ ଶରୀରକୁ ଉତ୍ତମ ପୋଷକ ତତ୍ତ୍ୱ ପ୍ରଦାନ କରିବ। ଜାଣନ୍ତୁ ସେହି ଡ୍ରାଏ ସିଡ୍ସ ବା ମଞ୍ଜି ସମ୍ପର୍କରେ, ଯାହାକୁ ଆପଣ ନିଜ ଡାଏଟରେ ସାମିଲ କରିପାରିବେ।

ରାସି:

ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ଭରପୂର ରହିଥାଏ। ପଲିଅନସେଚୁରେଟେଡ ଏବଂ ମୋନୋଅନସେଚୁରେଟେଡ ଫ୍ୟାଟ ବି ରହିଛି, ଯାହା ହାର୍ଟ ପାଇଁ ଖୁବ ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ୱାରା ହାର୍ଟ ଆଟାକ ଭଳି ସମସ୍ୟାରୁ ମୁକ୍ତି ପାଇବେ। ଏଥିରେ ଭିଟାମିନ ବି ମଧ୍ୟ ରହିଛି। ଯାହା ତ୍ୱଚା ଠୁ ଆରମ୍ଭ କରି ମଧୁମେହ, କ୍ୟାନସର ଭଳି ରୋଗରୁ ଦୂରରେ ରଖେ। ରାଶିରେ କ୍ୟାଲସିୟମ, ଲିନୋଲିକ ଏସିଡ , ଓମେଗା-୬ ଫ୍ୟାଟି ଏସିଡ଼ ମଧ୍ୟ ରହିଛି।

ସନଫ୍ଲାଓ୍ଵାର ମଞ୍ଜି:

ଏହାକୁ ସୂର୍ଯ୍ୟମୂଖି ମଞ୍ଜି ବୋଲି ମଧ୍ୟ କୁହାଯାଏ। ଏଥିରେ ଭିଟାମିନ ଇ ସହ ଫ୍ୟାଟ ଭରପୂର ମାତ୍ରାରେ ରହିଥାଏ। ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ତତ୍ତ୍ୱ ଭରି ରହିଥାଏ। ଯାହା କୋଶିକାକୁ ନଷ୍ଟ ହେବାରୁ ରକ୍ଷା କରିଥାଏ। କେଶ ଓ ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ। ବ୍ଲଡ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ ରଖିବା ପାଇଁ ଏହା କାମ କରିଥାଏ। ଏଥିରେ ଥିବା ମାଗ୍ନେସିୟମ ହାଡ଼ ଶକ୍ତ ରଖିଥାଏ।

କଖାରୁ ମଞ୍ଜି:

ଏଥିରେ ଆଇରନ, ମାଗ୍ନେସିୟମ ଏବଂ ଜିଙ୍କ ଭରପୂର ରହିଥାଏ। ଏଥିରେ ଥିବା କେରୋଟୋନାଇଡସ୍‌ ଇମ୍ୟୁନ ବୁଷ୍ଟ କରିଥାଏ । ଏହାବ୍ୟତିତ ମଞ୍ଜିରେ ଭିଟାମିନ ବି ଭରପୂର ରହିଥାଏ।

ଫ୍ଲେକ୍ସ ସିଡ:

ଏହାକୁ ଅଳସୀ ମଞ୍ଜି ମଧ୍ୟ କୁହାଯାଏ। ଏଥିରେ ଅଲଫା ଲିନୋଲେନିକ ଏସିଡ ରହିଥାଏ ହାଯା ଭେଜିଟେରିଆନ୍ସଙ୍କ ପାଇଁ ଖୁବ ଫାଇଦା ହୋଇଥାଏ। ଏହା ବ୍ରେଷ୍ଟ କ୍ୟାନସରକୁ ଦୂର କରିବାରେ ସାହାଯ୍ୟ କରେ।

Spread the love