ମକର ସଂକ୍ରାନ୍ତି କାହିଁକି ପାଳନ କରାଯାଏ ଆସନ୍ତୁ ଜାଣିବା

ଓଡିଶାରେ 12 ମାସରେ 13 ପର୍ବ ପାଳନ କରାଯାଏ ।  ସେଥିମଧ୍ୟରୁ ମକର ସଂକ୍ରାନ୍ତି ଅନ୍ୟତମ । ଭାରତୀୟ ପରମ୍ପରା ଅନୁସାରେ ଏହି ଦିନ ଠାରୁ ବଡଦିନ ଆରମ୍ଭ ହୋଇଥାଏ ।  ପ୍ରତିବର୍ଷ  ଜାନୁଆରୀ 14ରେ ବଡ ଧୁମଧାମରେ  ମକର ସଂକ୍ରାନ୍ତି ପଳନ କରାଯାଇଥାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଦେଶର ବିଭିନ୍ନ ରାଜ୍ୟରେ ଏହି ପର୍ବକୁ ଅଲଗା ଅଲଗା ନାମରେ ପାଳନ କରାଯାଏ ।

ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ମହତ୍ୱ ଓ  ଏହାର ବିଧି  କ’ଣ ରହିଛି

makar-sankranti

ମକର ସଂକ୍ରନ୍ତି ଦିନ ଗଙ୍ଗାମାତା ଭଗୀରଥଙ୍କ ପଛେ ପଛେ ଚାଲି କପିଳ ମୁନିଙ୍କ ଆଶ୍ରମ ଦେଇ ସାଗର ସହ ମିଶିଥିଲେ । ମାନ୍ୟତା ଏହା ଯେ, ଏହି ଦିନ ଯଶୋଦା ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ କରିବା ନେଇ ବ୍ରତ ରଖିଥିଲେ । ଏହା ମଧ୍ୟ ବିଶ୍ୱାସ କରାଯାଏ କି ଆଜି ଠାରୁ 1000 ବର୍ଷ ପୂର୍ବେ ମକର ସଂକ୍ରାନ୍ତି 31 ଡିସେମ୍ବରରେ ପାଳନ କରାଯାଉଥିଲା । ଏବେ ସୂର୍ଯ୍ୟଙ୍କର ଚଳନ ଆଧାରରେ ଏହା ଅନୁମାନ କରାଯାଏ । 5000ବର୍ଷ ପରେ ମକର ସଂକ୍ରାନ୍ତି ଫେବୃୟାରୀ ମାସର ଶେଷରେ ପାଳନ କରାଯିବ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିରେ ପ୍ରବେଶ କରିବାକୁ ‘ମକର ସଂକ୍ରାନ୍ତି’ କୁହାଯାଏ । ବର୍ଷ 2012 ରେ ଏହା 14 ଜାନୁୟାରୀର ମଧ୍ୟରାତ୍ରୀରେ ଥିଲା । ଏଥିପାଇଁ ଉଦୟ ତିଥି ଅନୁସାରେ ମକର ସଂକ୍ରାନ୍ତି 15ଜାନୁୟାରୀରେ ପଡିଥିଲା ।

 ମହାରାଷ୍ଟ୍ରରେ ବିଶ୍ୱାସ କରାଯାଏ କି ମକରସଂକ୍ରାନ୍ତିରୁ ସୂର୍ଯ୍ୟଙ୍କ ଗତି ଧିରେ ଧିରେ ବଢେ । ଏଥିପାଇଁ ଏହି ଦିନ ରାଶିର ବିଭିନ୍ନ ମିଷ୍ଠାନ ତିଆରି କରି ଉଭୟ ଉଭୟଙ୍କୁ ବାଣ୍ଟି ଥାନ୍ତି । ଏବଂ ଶୁଭକାମନା ଦେଇ ଉତ୍ସବ ପାଳନ କରିଥାନ୍ତି । ସୂର୍ଯ୍ୟଦେବ ଯେବେ ଧନୁ ରାଶିରୁ ମକର ରେ ପହଞ୍ଚିଥାନ୍ତି ତ ମକର ସଂକ୍ରାନ୍ତି ପାଳନ କରାଯାଏ । ସୂର୍ଯ୍ୟଙ୍କର ଧନୁ ରାଶିରୁ ମକର ରାଶିକୁ ଯିବାର ମହତ୍ତ୍ୱ ଏଥିପାଇଁ ଅଧିକ କାରଣ ଏହି ସମୟରେ ସୂର୍ଯ୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ନେଇଥାନ୍ତି ।

Spread the love