ବ୍ରତ ସ୍ପେଶାଲରେ ବନାନ୍ତୁ ସାଗୁଦାନା ଖେଚୁଡ଼ି, ବନାଇବା ବହୁତ ସହଜ

ଆବଶ୍ୟକ ସାମଗ୍ରୀ

୧ କପ୍‌ ଭିଜାଇ ରଖା ଯାଇଥିବା ସାଗୁଦାନା
୧ କପ୍‌ ଆଳୁ
୩/୪ କପ୍‌ କଞ୍ଚା ବାଦାମ୍‌
୨ଟି କଞ୍ଚା ଲଙ୍କା
୧ ଇଞ୍ଚ ଅଦା ଖଣ୍ଡ
୧ ଛୋଟ ଚାମଚ ଗୋଟା ଜିରା
ଆବଶ୍ୟକ ଅନୁସାରେ ବିଟ ଲୁଣ
୧/୨ ଛୋଟ ଚାମଚ ଲାଲ ଲଙ୍କା ପାଉଡର
୧/୨ ଛୋଟ ଚାମଚ ଜିରା ପାଉଡର

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ଏକ ପ୍ୟାନରେ ତେଲ ପକାଇ ଏହାକୁ ଭଲ ଭାବେ ଗରମ କରନ୍ତୁ। ଏବେ ଏଥିରେ ବାଦାମ୍‌ ପକାଇ ଏହାକୁ ଫ୍ରାଏ କରନ୍ତୁ। କ୍ରିସପି ହେବା ଯାଏଁ ଏହାକୁ ଫ୍ରାଏ କରନ୍ତୁ। ଏବେ ଏଥିରେ ଛୋଟ କଟା ହୋଇଥିବା ଆଳୁ ପକାନ୍ତୁ ଏବଂ ଏହାକୁ ମଧ୍ୟ ୨ ମିନିଟ୍‌ ପର୍ଯ୍ୟନ୍ତ ଭଲଭାବେ ଫ୍ରାଏ କରନ୍ତୁ। ଏହାପରେ ଆଉ ଏକ ପ୍ୟାନରେ ତେଳ ଗରମ କରି ସେଥିରେ ଗୋଟା ଜିରା ପକାନ୍ତୁ। ଏବେ ଏଥିରେ କଦ୍ଦୁକସ୍‌ କରିଥିବା ଅଦା, ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ପକାନ୍ତୁ ଏବଂ ଏହାକୁ କିଛି ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧି ଦିଅନ୍ତୁ। ଏବେ ଏଥିରେ ସ୍ୱାଦାନୁସାରେ ବିଟ୍‌ ଲୁଣ ଏବଂ ଲାଲ ଲଙ୍କା ପାଉଡର ପକାନ୍ତୁ। ସମସ୍ତ ସାମଗ୍ରୀକୁ ଚାମଚ୍‌ ସାହାଯ୍ୟରେ ଭଲ ଭାବେ ମିକ୍ସ କରିଦିଅନ୍ତୁ।

ଏବେ ଏଥିରେ ଭିଜାଇ ରଖିଥିବା ସାଗୁଦାନା ପକାନ୍ତୁ ଏବଂ ଚାମଚ ସାହାଯ୍ୟରେ ଭଲଭାବେ ମିକ୍ସ କରି ଦିଅନ୍ତୁ। ଏବେ ଆଉ ଏକ ପ୍ୟାନ ନିଅନ୍ତୁ ସେଥିରେ ପ୍ରସ୍ତୁତ କରି ରଖିଥିବା ବାଦାମ୍‌ ଏବଂ ଆଳୁକୁ ବି ସାଗୁଦାନାରେ ପକାଇ ଦିଅନ୍ତୁ। ଏହାକୁ ଗୋଟେ ରୁ ୨ ମିନିଟ୍‌ ପର୍ଯ୍ୟନ୍ତ ଭଲ ଭାବେ ରାନ୍ଧି ଦିଅନ୍ତୁ। ଆପଣଙ୍କ ସାଗୁଦାନା ଖେଚୁଡ଼ି ପ୍ରସ୍ତୁତ ହୋଇଯାଇଛି। ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ସର୍ଭ କରନ୍ତୁ। ଦେଖିବେ ଏହାର ସ୍ୱାଦ ଥରେ ଚାଖିଲେ ଆପଣଙ୍କୁ ବୁଲି ବୁଲି ମିଳିବ ପ୍ରଶଂସା। ଏହା ପାଟିକୁ ଯେମିତି ସୁଆଦିଆ ଶରୀର ପାଇଁ ମଧ୍ୟ ବେଶ୍‌ ଉପକାରୀ ।

Spread the love