ମେକ ଇନ୍ ଇଣ୍ଡିଆ ଯୋଜନାରେ ଭାରତରେ ତିଆରି ହେବ ୧୦୦ଟି ଯୁଦ୍ଧବିମାନ

ନୂଆଦିଲ୍ଲୀ : ମେକ ଇନ୍ ଇଣ୍ଡିଆ ଯୋଜନାରେ ଭାରତ ପ୍ରାୟ ୧୦୦ଟି ଅତ୍ୟାଧୁନିକ ଯୁଦ୍ଧବିମାନ ନିର୍ମାଣ କରିବାକୁ ଯୋଜନା କରିଛି। ତେଣୁ ବିଶ୍ବର ଅନ୍ୟତମ ଅଗ୍ରଣୀ ଯୁଦ୍ଧବିମାନ ନିର୍ମାଣକାରୀ ରାଷ୍ଟ୍ର ହେବାକୁ ଯାଉଛି ଭାରତ। ପ୍ରତିରକ୍ଷା କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ଭାରତ ଏହି ଯୁଦ୍ଧିବିମାନକୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରିିିବ। ପ୍ରଥମ ୩୬ଟି ଯୁଦ୍ଧବିମାନ ନିର୍ମାଣରେ ବିଦେଶୀ ଜ୍ଞାନକୌଶଳର ଆଂଶିକ ମିଶ୍ରଣ ହେବ। ମାତ୍ର ପରବର୍ତ୍ତୀ ୬୦ଟି ଯୁଦ୍ଧବିମାନକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯିବ। ସମ୍ପ୍ରତି ଭାରତ ବାୟୁସେନା ୧୧୪ଟି ଯୁଦ୍ଧବିମାନ କିଣିବାକୁ ଯୋଜନା କରିଥିବାବେ​‌​‌ଳେ ଏହିସବୁ ଯୁଦ୍ଧ ବିମାନକୁ ଏହାକୁ ଭରଣା କରିବ।

Spread the love