ଅମୃତଭଣ୍ଡା ଚଟଣୀ

ଆବଶ୍ୟକୀୟ ସାମଗ୍ରୀ: ଅମୃତଭଣ୍ଡା, କଞ୍ଚାଲଙ୍କା, ସୋରିଷ, ହେଙ୍ଗୁ, ହଳଦୀ ପାଉଡର, ତେଲ, ଲୁଣ ସ୍ୱାଦନୁସାରେ, ଅଳ୍ପ ପାଣି ।

ପ୍ରସ୍ତୁତି ପ୍ରଣାଳୀ : ଏକ ନନ୍‌ଷ୍ଟିକ ପ୍ୟାନକୁ ଗ୍ୟାସରେ ବସାଇ ଗରମ ହେବା ପରେ ତେଲ ପକାନ୍ତୁ। ସେଥିରେ ସୋରିଷ ପକାଇ ଫୁଟି ଆସିଲେ, ଅଳ୍ପ ହେଙ୍ଗୁ ପକାଇ ଦିଅନ୍ତୁ। ଏବେ ସେଥିରେ କଞ୍ଚାଲଙ୍କା ପକାଇ ୧ରୁ ୨ ମିନିଟ୍‌ ଭାଜନ୍ତୁ। ତା’ ପରେ ପୂର୍ବରୁ ଚୋପା ଛଡାଇ କରି କଦୁକସ କରି ରଖିଥିବା ଅମୃତଭଣ୍ଡାକୁ ଏବେ ଏଥିରେ ପକାନ୍ତୁ। ଏଥିରେ ଅଳ୍ପ ଲୁଣ ପକାଇ ଦିଅନ୍ତୁ। ଭଲ ଭାବେ ଏହାକୁ ମିଶାଇ ୨-୩ ମିନିଟ୍‌ ପର୍ଯ୍ୟନ୍ତ ଭାଜନ୍ତୁ। ଏବେ ଏଥିରେ ୨ ଚାମଚ ପାଣି ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ତା’ ପରେ ହଳଦୀ ପାଉଡର ଦେଇ ଭଲଭାବେ ମିଶାଇ ଦିଅନ୍ତୁ। ଏବେ ଏହାକୁ ଢାଙ୍କି ଦେଇ ୪ରୁ ୫ ମିନିଟ୍‌ ପକାଇ ସିଝାଇଦିଅନ୍ତୁ। ତା’ ପରେ ଚଟଣୀକୁ କାଢି ଆପଣ ରୁଟି କିମ୍ବା ଭାତରେ ଖାଇପାରିବେ।

Spread the love