ପିଜ୍ଜା ସମୋସା

ଆବଶ୍ୟକ ସାମଗ୍ରୀ

ମଇଦା – ଏକ କପ୍‌
  • ମୋଜରେଲା ଚିଜ୍‌ – ଆବଶ୍ୟକ ଅନୁସାରେ (କଦ୍ଦୁକସ୍‌ ହୋଇଥିବା)
  • ସିମଲା ଲଙ୍କା – ୧ ଚାମଚ୍‌
  • ପିଜ୍ଜା ସସ୍‌ – ୧ ଚାମଚ
  • ତେଲ – ୩ ଚାମଚ୍‌
  • ପିଆଜ – ଗୋଟିଏ (କଟା ହୋଇଥିବା)
  • ମଟର – ୨ ଚାମଚ (ସିଝା ହୋଇଥିବା)
  • କର୍ଣ୍ଣ – ୨ ଚାମଚ୍‌ (ସିଝା ହୋଇଥିବା)

ପ୍ରସ୍ତୁତି ପ୍ରଣାଳୀ

  1. ସର୍ବପ୍ରଥମେ ଗୋଟେ ପାତ୍ରରେ ମଇଦା, ଲୁଣ, ତେଲ ଏବଂ ପାଣି ପକାଇ ଭଲଭାବେ ଚକଟି ଦିଅନ୍ତୁ।
  2. ଅଟା ଚକଟିବା ପରେ ଏହାକୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ନରମ କପଡାରେ ଘୋଡାଇ ରଖନ୍ତୁ।
  3. ଏକ ପ୍ୟାନରେ ତେଲ ଗରମ କରି ସିମଲା ଲଙ୍କା, ପିଜ୍ଜା ସସ୍‌, ଲୁଣ, ମଟର, କର୍ଣ୍ଣ ଏବଂ ଚିଜକୁ ହାଲକା ଭାଜି ଦିଅନ୍ତୁ।
  4. ଏବେ ଅଟା ଗୋଲାକୁ ନେଇ ରୁଟି ଭଳି ବେଲି ଦିଅନ୍ତୁ ସେଥିରେ ପ୍ରସ୍ତୁତ ମିଶ୍ରଣକୁ ଭର୍ତ୍ତି କରି ସମୋସା ସେପ୍‌ ଦିଅନ୍ତୁ।
  5. ପ୍ୟାନରେ ତେଲ କରି ସିଙ୍ଗଡା ବା ସମୋସାକୁ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  6. ଏବେ ଆପଣଙ୍କର ପିଜ୍ଜା ସମୋସା ପ୍ରସ୍ତୁତ ହୋଇଯାଇଛି।
  7. ଏହାକୁ ଆପଣ ଟମାଟୋ ସସ୍‌ ସହିତ ସର୍ଭ କରନ୍ତୁ।
Spread the love