Skip to content
ଆବଶ୍ୟକ ସାମଗ୍ରୀ
- ପାଇନଆପଲ – ୧୦୦ ଗ୍ରାମ୍
- ଚିନି – ୬୦ ଗ୍ରାମ୍
- ଘିଅ – ୩ ଚାମଚ୍
- ହଳଦିଆ ଫୁଡ୍ କଲର – ୪ ବୁନ୍ଦା
- ପିସ୍ତା – ୧୦ଟି
- ପନୀର – ୩୦୦ ଗ୍ରାମ୍
ପ୍ରସ୍ତୁତି ପ୍ରଣାଳୀ
- ସର୍ବପ୍ରଥମେ ଆପଣ ପାଇନଆପଲ ଏବଂ ପନୀରକୁ କ୍ରସ କରି ରଖିଦିଅନ୍ତୁ।
- ଏହାପରେ ଏକ ପ୍ୟାନ୍ ନିଅନ୍ତୁ ଏବଂ ସେଥିରେ ଘିଅ ପକାଇ ଗରମ କରନ୍ତୁ। ଘିଅରେ ଆପଣ କ୍ରସ କରାଯାଇଥିବା ପାଇନଆପଲ ଏବଂ ଚିଜ୍ ପକାଇ ସିଝାଇ ଦିଅନ୍ତୁ।
- ଯେମିତି ହିଁ ଏହି ଦୁଇଟି ଜିନିଷ ସିଝିଆସିବ, ସେତେବେଳେ ଏଥିରେ ଅଳ୍ପ ଫୁଡ କଲର ମିଶାଇ ଦିଅନ୍ତୁ।
- ଏବେ ଏଥିରେ ଚିନି ଏବଂ କେସର ମିଶାନ୍ତୁ। ଚିନି ଏବଂ କେସର ପକାଇ ମିଶ୍ରଣକୁ ୫-୧୦ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ।
- ଭାଜି ହେବା ପରେ ଯେମିତି ହିଁ ହାଲଓ୍ଵାର ରଙ୍ଗ ବଦଳିଯିବ ସେତେବେଳେ ଗ୍ୟାସ ବନ୍ଦ କରିଦିଅନ୍ତୁ।
- ଏବେ ଆପଣଙ୍କ ପାଇନଆପଲର ଟେଷ୍ଟି ହାଲଓ୍ଵା ପ୍ରସ୍ତୁତ ହୋଇଯାଇଛି। ଏଥିରେ ପିସ୍ତା ପକାଇ ଗାର୍ନିସ କରି ଗରମା ଗରମ ସର୍ଭ କରନ୍ତୁ।
Post Views: 323