ଗୋଲାପ-କ୍ଷୀର କୋଲ୍‌ଡ୍ରିଙ୍କ୍‌

ଆବଶ୍ୟକୀୟ ସାମଗ୍ରୀ:
୫୦୦ ମିଲି କ୍ଷୀର
୨ ବଡ଼ ଚାମଚ ରୋଜ୍‌ ସିରପ୍‌
ସ୍ୱାଦାନୁସାରେ ଚିନି
ଅଳ୍ପ ଗୋଲାପ ପାଖୁଡ଼ା
ପ୍ରସ୍ତୁତି ପ୍ରଣାଳୀ:
ଏକ ପାତ୍ରରେ କ୍ଷୀର ନିଅନ୍ତୁ। ସେଥିରେ ଦୁଇ ବଡ଼ ଚାମଚ ରୋଜ୍‌ ସିରପ୍‌ ଗୋଳାନ୍ତୁ। ଏବେ ସ୍ୱାଦ ଅନୁସାରେ ଚିନି ପକାନ୍ତୁ। ଏହି କ୍ଷୀର କୋଲ୍‌ଡ୍ରିଙ୍କକୁ ଥଣ୍ଡା ହେବାକୁ ଫ୍ରିଜ୍‌ରେ ରଖନ୍ତୁ। ସର୍ଭ କରିବା ବେଳେ ଉପରେ ଗୋଲାପ ପାଖୁଡ଼ା ପକାଇ ଗାର୍ଣ୍ଣିସିଂ କରନ୍ତୁ। ଶୀଘ୍ର ଦରକାର ଥିଲେ ଥଣ୍ଡା କ୍ଷୀରରେ ସିଧାସଳଖ ଚିନି ଓ ରୋଜ୍‌ ସିରପ୍‌ ପକାଇ ସର୍ଭ କରିପାରିବେ ଗୋଲାପ-କ୍ଷୀର କୋଲ୍‌ଡ୍ରିଙ୍କ୍‌। ଏହାକୁ ପିଇଲେ ଏସିଡିଟି ସମସ୍ୟା ଦୂର ହେବା ସହ ପେଟ ମଧ୍ୟ ଥଣ୍ଡା ରହିବ।

Spread the love