ଟ୍ରୋଲ୍ ହେଲେ ମଲାଇକା, ୟୁଜର୍ କଲେ ଅଶ୍ଳୀଳ କମେଣ୍ଟ

ମଲାଇକା ଆରୋଡା ନିଜ ଫିଟନେସ୍ କ୍ଲାସକୁ କେବେ ମିସ୍ କରନ୍ତି ନାହିଁ। ଯେତେବେଳେ ବି ସେ ଘରୁ ବାହାରକୁ ଯାଆନ୍ତି, ପାପାରାଜି ମଧ୍ୟ କ୍ୟାମେରାରେ ତାଙ୍କୁ କ୍ୟାପ୍ଚର୍ କରିବାକୁ ପଛାନ୍ତି ନାହିଁ। ନିକଟରେ ମଲାଇକା ଜିମ୍ ଯାଉଥିବାବେଳେ ଫଟୋଗ୍ରାଫରମାନେ କ୍ୟାମେରାରେ କଏଦ କରିଛନ୍ତି। ଏହି ସମୟରେ ସେ ବ୍ଲାକ୍ ଜିମ୍ ଡ୍ରେସ୍ ଏବଂ ଫ୍ଲିପ୍ ଫ୍ଲପ୍ ପିନ୍ଧିଛନ୍ତି। ସୋସିଆଲ ମିଡିଆରେ ମଲାଇକାଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ ଚାଲି ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ମଲାଇକାଙ୍କୁ ବଲିଉଡର ସବୁଠାରୁ ଫିଟ୍ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ। ସେ ନିଜେ ଫିଟ୍ ରହି ଲୋକଙ୍କୁ ମଧ୍ୟ ଫିଟ୍ ରହିବାକୁ ପ୍ରେରଣା ଦିଅନ୍ତି। ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଯୋଗ ସମ୍ବନ୍ଧୀୟ ଭିଡିଓ ଏବଂ ଫିଟନେସ୍ ଟିପ୍ସ ମଧ୍ୟ ସେୟାର କରନ୍ତି। ନିକଟରେ ମଲାଇକା ଯୋଗ କ୍ଲାସକୁ ଯାଉଥିବାବେଳେ ନଜର ଆସିଛନ୍ତି। ତାଙ୍କ ଭିଡିଓ ଭାଇରାଲ୍ ହେବା ୟୁଜର୍ ତାଙ୍କୁ ଟ୍ରୋଲ କରୁଛନ୍ତି। ତାଙ୍କ ଚାଲିକୁ ନେଇ ଲୋକମାନେ ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି।

Spread the love