ମାଲକାନଗିରି ସୀମାନ୍ତରେ ଏନ୍‌କାଉଣ୍ଟର, ଜଣେ ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି ୦୧।୦୮: ପୋଲିସ-ମାଓବାଦୀ ଗୁଳିବିନିମୟ ।  ମାଲକାନଗିରି ତେଲେଙ୍ଗାନା ସୀମାନ୍ତ ଭଣ୍ଡାରି କୋତ୍ତାଗୂଡେମ ଜିଲ୍ଲାରେ ଘଟିଛି ଏନକାଣ୍ଟର । ପୋଲିସ ଗୁଳିରେ ଜଣେ ହାଡକୋର ମାଓବାଦୀ ପ୍ରାଣ ହରାଇଛନ୍ତି । ଏବେବି ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି ।

ଖବର ଅନୁଯାୟୀ,  ଚେରଲା ଥାନା ଅନ୍ତର୍ଗତ କୁର୍ଣାପାଲି ଜଙ୍ଗଲରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ପୋଲିସର ଗୁଇନ୍ଦା ବିଭାଗକୁ ସୁଚନା ମିଳିଥିଲା । ବର୍ତ୍ତମାନ ନକ୍ସଲ ପନ୍ଥିଙ୍କ ସହିଦ ସପ୍ତାହ ଚାଲିଥିବା ବେଳେ ବଡ ଧରଣର ହିଂସା କାଣ୍ଡ ଘଟାଇବା ଲାଗି ଯୋଜନା କରୁଥିଲେ ମାଓବାଦୀ । ହେଲେ ଖବର ପାଇ ଗ୍ରେହାଉଣ୍ଡ ବାହିନୀର ଜବାନ ମାନେ ଆଜି ସକାଳେ ସେଠାରେ କୁମ୍ବିଂ ଅପରେସନ ଆରମ୍ଭ କରିଥିଲେ । ଉଭୟ ମାଓବାଦୀ ଓ ଜବାନଙ୍କ ମଧ୍ୟରେ ଗୁଳି ବିନିମୟ ହେବା ପରେ ନକ୍ସଲ ମାନେ ଘଟଣା ସ୍ଥଳରୁ ପଳାୟନ କରିଥିବା ଜଣାପଡିଛି । ପରେ ସର୍ଚ୍ଚ ଅପରେସନ ବେଳେ ଜଣେ ପୁରୁଷ ମାଓବାଦୀଙ୍କ ସହ ଏକ କିଟ ବେଗ୍ ଓ ଗୋଟିଏ ବନ୍ଧୁକ ଜବତ କରିଥିଲେ ଜବାନ । ମୃତ ମାଓବାଦୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ବୋଲି କହିଛନ୍ତି ଭଣ୍ଡାରି କୋତ୍ତାଗୂଡେମ ଏସପି ସୁନିଲ ଦତ୍ତ ।

Spread the love