ମାଲିକ ମୃତ୍ୟୁର ୨ ମାସ ପରେ ବି କବର ଛାଡି ଯାଉନି ପୋଷା ବିଲେଇ

ନୂଆଦିଲ୍ଲୀ୧୪/୦୧: ପଶୁ-ମଣିଷର ସମ୍ପର୍କ ଭାରି ନିଆରା । ବିଶେକରି ମଣିଷ ପ୍ରତି ବିଶ୍ୱାସନୀୟ କୁକୁର । ଦୀର୍ଘଦିନ ଧରି ଦେଖିବାକୁ ମିଳିଛି ଏମିତି ସ୍ନେହ ସମ୍ପର୍କ । କେବଳ କୁକୁର ନୁହେଁ ଏହି ଦୌଡରେ ଏବେ ସାମିଲ ହୋଇଛି ବିଲେଇ । ମାଲିକ ପ୍ରତି ଥିବା ଭଲପାଇବା ତାକୁ କରିଦେଇଛି ଖାସ୍ । ମୃତ୍ୟୁ ପରେ ବି ଏକା ଛାଡିନି । କବର ଦିଆଯାଇଥିବା ସ୍ଥାନରେ ଜଗି ରହିଛି ।

ନଭେମ୍ବର ୬, ୨୦୨୧ରେ ଜୁକୋରଲିଙ୍କ ମୃତ୍ୟୁ ପରେ ପ୍ରତିଦିନ ବିଲେଇଟି ତାଙ୍କ କବର ପାଖରେ ବସିଥିବାର ଦେଖାଯାଇଥିଲା । ଯେଉଁ କାରଣରୁ ବିଲେଇ ଚର୍ଚ୍ଚାକୁ ଆସିଥିଲା । ଏବେ ଏକ ପୋଷ୍ଟରେ ଜୁକୋରଲିଙ୍କ ବରଫ ଆଚ୍ଛାଦିତ କବର ଉପରେ ବିଲେଇ ବସିଥିବାର ଦେଖାଯାଇଛି । ଫଟୋ ସହିତ ଥିବା କ୍ୟାପସନରେ ଲେଖାଥିଲା, “ପୋଷା ବିଲେଇ ଏଠାରେ ଅଛି” ।

ମୁଫତିଙ୍କ କବର ନିକଟରେ ବସିଥିବାର ଦେଖାଯାଏ । ମୃତ୍ୟୁ ପରେ ମଧ୍ୟ ତାଙ୍କ ବିଲେଇ ଯାହା ହେଉନା କାହିଁକି ତାଙ୍କ ନିକଟତର ହେବାକୁ ଚାହୁଁଛି। “ଅନ୍ତିମ ସଂସ୍କାରର ଦୁଇମାସ ପରେ, କବର ନିକଟରେ ଏକ ବିଲେଇଙ୍କ ଉପସ୍ଥିତି ଲୋକଙ୍କୁ ଭାବପ୍ରବଣ କରିଛି। କେହି କେହି କହିଥଲେ ଯେ ବିଲେଇ କେତେ ବିଶ୍ୱସ୍ତ । କେହି କେହି ଲେଖିଛନ୍ତି ଯେ ବିଲେଇକୁ ଶୀଘ୍ର କେହି ଗ୍ରହଣ କରିବେ ।

Spread the love