ନକ୍ସଲ ହମ୍‌ଲାରେ ୧୦ ଯବାନ ସହିଦ ଘଟଣା : ହାଇ ଆଲର୍ଟରେ ମାଲକାନଗିରି ଜିଲ୍ଲା

ହାଇ ଆଲର୍ଟରେ ମାଲକାନଗିରି ଜିଲ୍ଲା । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲାର ଅରଣପୁର ସମଲି ମଧ୍ୟରେ ମାଓବାଦୀ ଅପରାହ୍ନ ୨ଟା ବେଳେ ଲ୍ଯାଣ୍ଡମାଇଁନ ବିସ୍ପୋରଣ କରିଥିଲେ। ଫଳରେ ଏଥିରେ ୧୦ ଯବାନ ଶହୀଦ ହୋଇଥିଲେ। ଏନେଇ ଆଜି ମାଲକାନଗିରି ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି। ସେହିପରି ନୂଆପଡ଼ା ଜିଲ୍ଲା ପଡୋଶୀ ଛତିଶଗଡ ସୀମାନ୍ତକୁ ଲାଗିରହିଥିବାରୁ ହାଇ ଆଲର୍ଟ ଜାରି କରାଯାଇଛି । ବିଶେଷକରି ନୂଆପଡା ଜିଲ୍ଲାର ସୁନାବେଡା ଅଭୟାରଣ୍ୟ ଅଂଚଳରେ ପୋଲିସ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ନୂଆପଡା ଜିଲାରୁ ପଡୋଶୀ ଛତିଶଗଡକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରାଯାଇଛି । ସୀମାନ୍ତବର୍ତ୍ତୀ ଅଂଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ନୂଆପଡା ଏସପି ରାଘବେନ୍ଦ୍ର ରେଡ୍ଡୀ lଗତକାଲି DRG ଯବାନ ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ଅରଣପୁର ପାର ହୋଇ ୨KM ଆସିବା ବେଳକୁ ମାଓବାଦୀ ଲ୍ଯାଣ୍ଡମାଇଁନ ବିସ୍ପୋରଣ କରିଥିଲେ। ଯେଉଁ ସ୍ଥାନରେ ବିସ୍ପୋରଣ ହୋଇଥିଲା ସେହି ସ୍ଥାନରେ ଟ୍ରାଫିକ ସମସ୍ଯା ସବୁବେଳେ ରହିଥାଏ। ଏହାର ସୁଯୋଗ ନେଇ ମାଓବାଦୀ ବିସ୍ପୋରଣ କରିଥିଲେ।ଲ୍ଯାଣ୍ଡମାଇଁନ ବିସ୍ପୋରଣ ପରେ ଏହି ସ୍ଥାନରେ ବିରାଟ ଗର୍ତ ସୃଷ୍ଟି ହୋଇଛି।

ଯାହାକୁ ଅନୁମାନ କଲେ ଜଣାପଡୁଛି କି ଯେ କେତେ ଭୟଙ୍କର ଥିଲା ବିସ୍ପୋରଣ। ଘଟଣା ସ୍ଥଳରୁ ମାତ୍ର ଦେଢ଼ ସହ ମିଟର ଦୂରରେ ରିମୋଟ କଣ୍ଟ୍ରୋଲ ଥିଲା ମାଓବାଦୀଙ୍କ ହାତରେ। ଗାଡ଼ି ଆସିବା ବେଳେ କିଛି ଲୋକେ ଗାଡି ଅଟକାଇ କଥା ବାର୍ତ୍ତା ହୋଇଥିଲେ। ପୁଣି ଗାଡି ଧୀରେ ଧୀରେ ଆଗକୁ ବଢିବା ବେଳେ ମାଓବାଦୀ ଟାର୍ଗେଟ କରିଥିଲେ।ଯେତେବେଳେ ବାରୁଦ ଭର୍ତ୍ତି ସ୍ଥାନରେ ଯବାନଙ୍କ ଗାଡି ପହଞ୍ଚି ଥିଲା ମାଓବାଦୀ ତାକୁ ବିସ୍ପୋରଣ କରି ଉଡ଼ାଇ ଦେଇଥିଲେ। ଏହି ସ୍ଥାନରେ 50କିଲୋରୁ ଅଧିକ ପରିମାଣର ବାରୁଦ ଭର୍ତ୍ତି ହୋଇଥିବା ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି।

ଏହି ବିସ୍ପୋରଣରେ ପିକ ଅପ ଭ୍ଯାନ ସମ୍ପୂର୍ଣ୍ଣ ଖଣ୍ଡ ଭିଖଣ୍ଡିତ ହୋଇ ଯାଇଥିଲା। ଘଟଣା ସ୍ଥଳରେ ୧୧ DRG ଯବାନ ଶହୀଦ ହୋଇଥିବା ବେଳେ ଜଣେ ସ୍ଥାନୀୟ ଗାଡି ଚାଳକର ମୃତ୍ୟୁ ହୋଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଗାଡିଟି 30 ରୁ40 ମିଟର ଉଚ୍ଚତାରେ ଉଡି ଯାଇଥିଲା। ଘଟଣା ସ୍ଥଳରେ ଖଣ୍ଡ ଖଣ୍ଡ ହୋଇ ପଡିଥିବା ଗାଡିର ଦୃଶ୍ଯକୁ ଅନୁମାନ କଲେ ଯବାନଙ୍କ ଅବସ୍ଥା କଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମାନ କରିହେବ।

ଲଗାତାର ବସ୍ତର ଅଞ୍ଚଳ ରେ ମାଓବାଦୀ ପୋଲିସକୁ ଟାର୍ଗେଟ କରି କ୍ଷତି ପହଞ୍ଚାଉ ଥିବାବେଳେ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛି। ଯବାନ ଅପରେସନ ଯିବା ଏବଂ ଫେରିବା ବେଳକୁ ମାଓ ପ୍ରବଣ ଅଞ୍ଚଳ ରେ ଯବାନ ଚାଲି ଚାଲି ଯିବା କଥା। ଏହି ପ୍ରୋଟୋକଲ ମାନି ନଥିଲେ ମାଓବାଦୀ। ସୁରକ୍ଷା କର୍ମୀଙ୍କ କ୍ଯାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲେ ସୁଦ୍ଧା ପୋଲିସ ରୋକିବାରେ ବିଫଳ ହୋଇଛି। ସମ୍ପୂର୍ଣ୍ଣ ଭାବେ ଗୁଇନ୍ଦା ସୂଚନା ଫେଲ ମାରିଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ମୁମ୍ବିଙ୍ଗ ଅପରେସନ କୁ ଜୋରଦାର କରିଛି ପୋଲିସ। ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ SOG, DVF ଏବଂ BSF ଯବାନ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୀମାନ୍ତ ଅଞ୍ଚଳକୁ ସିଲ କରି ଦିଆଯାଇଛି।

ଗତକାଲି DRG ଯବାନ ମାଓ ଦମନ ଅପରେସନରୁ ଫେରୁଥିବା ବେଳେ ଅରଣପୁର ପାର ହୋଇ ୨KM ଆସିବା ବେଳକୁ ମାଓବାଦୀ ଲ୍ଯାଣ୍ଡମାଇଁନ ବିସ୍ପୋରଣ କରିଥିଲେ। ଯେଉଁ ସ୍ଥାନରେ ବିସ୍ପୋରଣ ହୋଇଥିଲା ସେହି ସ୍ଥାନରେ ଟ୍ରାଫିକ ସମସ୍ଯା ସବୁବେଳେ ରହିଥାଏ। ଏହାର ସୁଯୋଗ ନେଇ ମାଓବାଦୀ ବିସ୍ପୋରଣ କରିଥିଲେ।ଲ୍ଯାଣ୍ଡମାଇଁନ ବିସ୍ପୋରଣ ପରେ ଏହି ସ୍ଥାନରେ ବିରାଟ ଗର୍ତ ସୃଷ୍ଟି ହୋଇଛି।

ଯାହାକୁ ଅନୁମାନ କଲେ ଜଣାପଡୁଛି କି ଯେ କେତେ ଭୟଙ୍କର ଥିଲା ବିସ୍ପୋରଣ। ଘଟଣା ସ୍ଥଳରୁ ମାତ୍ର ଦେଢ଼ ସହ ମିଟର ଦୂରରେ ରିମୋଟ କଣ୍ଟ୍ରୋଲ ଥିଲା ମାଓବାଦୀଙ୍କ ହାତରେ। ଗାଡ଼ି ଆସିବା ବେଳେ କିଛି ଲୋକେ ଗାଡି ଅଟକାଇ କଥା ବାର୍ତ୍ତା ହୋଇଥିଲେ। ପୁଣି ଗାଡି ଧୀରେ ଧୀରେ ଆଗକୁ ବଢିବା ବେଳେ ମାଓବାଦୀ ଟାର୍ଗେଟ କରିଥିଲେ।ଯେତେବେଳେ ବାରୁଦ ଭର୍ତ୍ତି ସ୍ଥାନରେ ଯବାନଙ୍କ ଗାଡି ପହଞ୍ଚି ଥିଲା ମାଓବାଦୀ ତାକୁ ବିସ୍ପୋରଣ କରି ଉଡ଼ାଇ ଦେଇଥିଲେ। ଏହି ସ୍ଥାନରେ 50କିଲୋରୁ ଅଧିକ ପରିମାଣର ବାରୁଦ ଭର୍ତ୍ତି ହୋଇଥିବା ପୋଲିସ ଅଧିକାରୀ ସୁଚନା ଦେଇଛନ୍ତି।

ଏହି ବିସ୍ପୋରଣରେ ପିକ ଅପ ଭ୍ଯାନ ସମ୍ପୂର୍ଣ୍ଣ ଖଣ୍ଡ ଭିଖଣ୍ଡିତ ହୋଇ ଯାଇଥିଲା। ଘଟଣା ସ୍ଥଳରେ ୧୧ DRG ଯବାନ ଶହୀଦ ହୋଇଥିବା ବେଳେ ଜଣେ ସ୍ଥାନୀୟ ଗାଡି ଚାଳକର ମୃତ୍ୟୁ ହୋଇଛି। ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ଗାଡିଟି 30 ରୁ40 ମିଟର ଉଚ୍ଚତାରେ ଉଡି ଯାଇଥିଲା। ଘଟଣା ସ୍ଥଳରେ ଖଣ୍ଡ ଖଣ୍ଡ ହୋଇ ପଡିଥିବା ଗାଡିର ଦୃଶ୍ଯକୁ ଅନୁମାନ କଲେ ଯବାନଙ୍କ ଅବସ୍ଥା କଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମାନ କରିହେବ।

ଲଗାତାର ବସ୍ତର ଅଞ୍ଚଳ ରେ ମାଓବାଦୀ ପୋଲିସକୁ ଟାର୍ଗେଟ କରି କ୍ଷତି ପହଞ୍ଚାଉ ଥିବାବେଳେ ପୋଲିସ ଏହାକୁ ରୋକିବାରେ ବିଫଳ ହୋଇଛି। ଯବାନ ଅପରେସନ ଯିବା ଏବଂ ଫେରିବା ବେଳକୁ ମାଓ ପ୍ରବଣ ଅଞ୍ଚଳ ରେ ଯବାନ ଚାଲି ଚାଲି ଯିବା କଥା। ଏହି ପ୍ରୋଟୋକଲ ମାନି ନଥିଲେ ମାଓବାଦୀ। ସୁରକ୍ଷା କର୍ମୀଙ୍କ କ୍ଯାମ୍ପ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଏହି ଘଟଣା ଘଟିଥିଲେ ସୁଦ୍ଧା ପୋଲିସ ରୋକିବାରେ ବିଫଳ ହୋଇଛି। ସମ୍ପୂର୍ଣ୍ଣ ଭାବେ ଗୁଇନ୍ଦା ସୂଚନା ଫେଲ ମାରିଛି। ଏହି ଘଟଣା ପରେ ପୋଲିସ ପକ୍ଷରୁ ମୁମ୍ବିଙ୍ଗ ଅପରେସନ କୁ ଜୋରଦାର କରିଛି ପୋଲିସ। ମାଲକାନଗିରି ଜିଲ୍ଲା ସୀମାନ୍ତ ଅଞ୍ଚଳରେ SOG, DVF ଏବଂ BSF ଯବାନ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୀମାନ୍ତ ଅଞ୍ଚଳକୁ ସିଲ କରି ଦିଆଯାଇଛି।

Spread the love