ମାଲକାନଗିରି : ମାଓବାଦୀଙ୍କ ଧମକରେ 9 ବୁଥ୍‌ରେ କେହି ଭୋଟ ଦେବାକୁ ଆସିଲେନି

ଆଜି ଆରମ୍ଭ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ।  ରାଜ୍ୟର ବିଭିନ୍ନ ଜିଲ୍ଲାରେ ମତଦାନ ହୋଇଥିବା ବେଳେ ମାଲକାନଗିରିରେ ଦେଖାଦେଇଛି ବ୍ୟତୀକ୍ରମ। ମାଲକାନଗିରିରେ 540 ବୁଥ୍‌ରୁ 510 ରେ ପୋଲିଂ ଚାଲିଛି। ବର୍ତ୍ତମାନ ସୁଦ୍ଧା 10 ପ୍ରତିଶତ ଭୋଟଦାନ ସରିଥିବା ଜିଲ୍ଲାପାଳ ମନୀଷ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ହେଲେ ଜିଲାର 9ଟି ବୁଥରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।

ମାଓବାଦୀଙ୍କ ଭୟରେ କେହି ଭୋଟ ଦେବାକୁ ଆସି ନ ଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର 9 ଟି ବୁଥ୍‌କୁ ଏକାଠି କରାଯାଇ କୁନ୍ତୁରୁପଦର ବିଏସ୍‌ଏଫ୍‌ କ୍ୟାମ୍ପ ନିକଟସ୍ଥ ଏକ ସ୍ଥାନରେ 4 ଟି ପଞ୍ଚାୟତ ଲାଗି ଭୋଟ ଗ୍ରହଣର ବ୍ୟବସ୍ଥା କରାଯାଇଛି। ମାତ୍ର ମାଓବାଦୀ ଭୋଟ ବର୍ଜନ ନେଇ ଧମକ ଦେଇଥିବା ହେତୁ ବର୍ତ୍ତମାନ ସୁଦ୍ଧା 9 ଟି ବୁଥ୍‌ରେ କେହି ଭୋଟ ଦେବାକୁ ଆସି ନ ଥିବା ଜଣାପଡ଼ିଛି। ଚିତ୍ରକୋଣ୍ଡା ଓ ମାଲକାନଗିରିର ଅଧିକାଂଶ ବୁଥ୍‌ରେ ଇଭିଏମ୍‌ ଖରାପ ଥିବା ଯୋଗୁ ଭୋଟ ଗ୍ରହଣ ବିଳମ୍ବରେ ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଜିଲା ଅନ୍ତର୍ଗତ ମାଥିଲି ବ୍ଲକର ଲୁଲେର, ଟେମୁରୁବାଲି, ଆକଡ଼ରାଶି ଅଞ୍ଚଳରେ ଲୋକ ଭୋଟ ବର୍ଜନ କରିଛନ୍ତି।

Spread the love