ମମିତା ମେହେର ହତ୍ୟା ମାମଲା : ଆସନ୍ତା ୬ରେ ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦ

ଗଜପତି ୪।୧୧: କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ଆସନ୍ତା ୬ ତାରିଖରେ ଗଜପତି ଜିଲ୍ଲା ବନ୍ଦ । ଜିଲ୍ଲା ବନ୍ଦ ଡାକରା ଦେଇଛି ବିଜେପି । ରାଜ୍ୟ ବିଜେପିର ଆହ୍ବାନ କ୍ରମେ ୧୨ଘଣ୍ଟିଆ ବନ୍ଦ ପାଇଁ ନିଷ୍ପତ୍ତି ନେଇଥିବା ପାରଳା ବିଧାୟକ ତଥା ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ରାଜ୍ୟରେ ମହିଳାଙ୍କ ପ୍ରତି ଅତ୍ୟାଚାର ବଢି ଚାଲିଥିବା ବେଳେ ଏକାଧିକ ମାମଲାରେ ନେତା ଓ ମନ୍ତ୍ରୀମାନଙ୍କ ସମ୍ପୃକ୍ତି ରହିଛି । କିନ୍ତୁ କାର୍ଯ୍ୟାନୁଷ୍ଠାନ ନିଆ ଯାଉନଥିବା ବେଳେ ତଦନ୍ତ ସଠିକ୍ ହେଉନଥିବା ଅଭିଯୋଗରେ ଆନ୍ଦୋଳନ ଜାରି ରଖିଛି ବିଜେପି ।

Spread the love