ମମିତା ମେହେର ହତ୍ୟାକାଣ୍ଡ ବିରୋଧରେ ବାଗୁଡିରେ ବନ୍ଦ ପ୍ରଭାବ

ସୋର , (ରଞ୍ଜିତ ମହାକୁଡ଼) : ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଆଜି ସକାଳୁ ବିଜେପି କର୍ମୀ ମାନେ ବାଗୁଡି ମୂଖ୍ୟ ରାସ୍ତାରେ ପ୍ରତିବାଦ କରିଥିଲେ। ମମିତା ହତ୍ୟାରୀ କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ସାରା ରାଜ୍ୟରେ ବିଜେପି ପ୍ରତିବାଦ କରୁଛି । ଏହି ପରିପ୍ରେକ୍ଷୀରେ ଆଜି ବାଲେଶ୍ଵର ଜିଲ୍ଲାରେ ବନ୍ଦ ପାଳନ କରାଯାଇଛି।

ଆଜିର ପ୍ରତିବାଦ ସଭାରେ ନାରାୟଣ ମହାନ୍ତି ସଭାପତିତ୍ୱ ରେ, ଅବିନାଶ ମହାନ୍ତି ଯୁବ ମୋର୍ଚ୍ଚା ସଭାପତି, ଗୌରାଙ୍ଗ ପ୍ରଧାନ ଜିଲ୍ଲା ଓବିସି ମୋର୍ଚ୍ଚା ର ଉପ ସଭାପତି, ଦୁର୍ଯ୍ୟୋଧନ ଦାସ ଦେବଗିରି ମଣ୍ଡଳ ସେକ୍ରେଟାରୀ, ପ୍ରହ୍ଲାଦ ଦାସ, ବାଲ୍ମୀକି ମଳିକ, ଅଭିମନ୍ୟୁ ନାୟକ, ଲକ୍ଷ୍ମୀଧର ମହାରଣା, ଅନନ୍ତ ବାରିକ, ପ୍ରହ୍ଲାଦ ବିଶ୍ୱାଳ, ବିଜୟ କୁମାର ଦାସ, ନିରଞ୍ଜନ ସାହୁ, ଦେବବ୍ରତ ନାୟକ, ହେମନ୍ତ ସାହୁ ମନୋରଂଜନ ସାହୁ, ଟୁନା ପାଳ, ମାନସରଞ୍ଜନ ସାମଲ,ବିମ୍ବାଧର ମହାନ୍ତି, କରୁଣାକର ବାରିକ ,ସୁରଥ ଦାସଏବଂ ସମ୍ବୁନାଥ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Spread the love