କାନ୍ଦାହାରରେ ବନ୍ଦୀ ଥିବା ଯାତ୍ରୀଙ୍କୁ ମୁକୁଳାଇବା ପାଇଁ ମମତାଜୀ ନିଜର ବଳିଦାନ ଦେବାକୁ ପ୍ରସ୍ତୁତ ଥିଲେ: ଯଶଓ୍ଵନ୍ତ ସିହ୍ନା

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ସପ୍ତାହ ବାକି ଥିବା ବେଳେ ପୂର୍ବରୁ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱରେ କେନ୍ଦ୍ର ଅର୍ଥମନ୍ତ୍ରୀ ଥିବା ଯଶଓ୍ଵନ୍ତ ସିହ୍ନା ଆଜି ‘ତୃଣମୂଳ କଂଗ୍ରେସ’ରେ ଯୋଗ ଦେଇଛନ୍ତି। ଟିଏମସିରେ ଯୋଗ ଦେବା ପରେ ବିଜେପି ଉପରେ ବର୍ଷିଛନ୍ତି ଯଶଓ୍ଵନ୍ତ ସିହ୍ନା।
ତୃଣମୂଳ କଂଗ୍ରେସରେ ଯୋଗଦେବା ପରେ ଯଶଓ୍ଵନ୍ତ ସିହ୍ନା କାନ୍ଦାହାର ଅପହରଣ ଘଟଣାକୁ ନେଇ ଆଶ୍ଚର୍ଯ୍ୟ କଲା ଭଳି ଖୁଲାସା କରିଛନ୍ତି। କାନ୍ଦାହାର ଘଟଣା ସମ୍ପର୍କରେ ସେ କହିଛନ୍ତି ଯେ, ଯେତେବେଳେ ଆତଙ୍କବାଦୀମାନେ ବିମାନକୁ ଅପହରଣ କରିଥିଲେ ସେତେବେଳେ କ୍ୟାବିନେଟରେ ଆଲୋଚନା ହୋଇଥିଲା। ସେହି ସମୟରେ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ର ଥିବା ମମତା ବାନାର୍ଜୀ ନିଜେ କହିଥିଲେ ଯେ ତାଙ୍କୁ ବନ୍ଧକ କରି ଆତଙ୍କବାଦୀଙ୍କ ନିକଟକୁ ପଠାଯାଉ, କିନ୍ତୁ ଅବଶିଷ୍ଟ ଯାତ୍ରୀଙ୍କୁ ମୁକ୍ତ କରାଯିବାର ସର୍ତ୍ତ ରଖାଯାଉ। ସେ ଆତଙ୍କବାଦୀଙ୍କ କବଜାକୁ ଚାଲିଯିବେ। ଦେଶ ପାଇଁ ତାଙ୍କୁ ଯେଉଁ ବଳିଦାନ ଦେବାକୁ ପଡ଼ିବ ସେ ଦେବେ ବୋଲି କହିଥିଲେ। ଯଶଓ୍ଵନ୍ତ ସିହ୍ନାଙ୍କ ଏଭଳି ଚାଞ୍ଚଲ୍ୟକର ଖୁଲାସା ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣକୁ ଯୋଜନାବଦ୍ଧ ବୋଲି କହିଛନ୍ତି ଯଶଓ୍ଵନ୍ତ ସିହ୍ନା।

Spread the love