ମମିତା ମେହେର ହତ୍ୟା ପ୍ରସଙ୍ଗ : ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବେ ନରସିଂହ

ଭୁବନେଶ୍ବର ୩।୧୨: ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଖୁବ୍ ଶୀଘ୍ର ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିବେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ଏସଆଇଟି ଗଠନ ଦାବି ନେଇ ଜନସ୍ବାର୍ଥ ମାମଲା ରୁଜୁ କରିବେ ନରସିଂହ । ଯଦି ସରକାର କିଛି ପଦକ୍ଷେପ ନ ନିଅନ୍ତି ତାହେଲେ ବିଧାନସଭା ଭିତରେ ଓ ବାହାରେ ଆନ୍ଦୋଳନ ଜାରି ରହିବ । ବାଚସ୍ପତି ତୁରନ୍ତ ସବୁ ଦଳକୁ ଡାକି ବୈଠକ ବସାନ୍ତୁ ଓ ଗୃହକୁ ସ୍ବାଭାବିକ କରିବାକୁ ଉଦ୍ୟମ କରନ୍ତୁ । ମୁଖ୍ୟମନ୍ତ୍ରୀ କାହିଁକି ମୌନତା ଅବଲମ୍ବନ କରିଛନ୍ତି ଜଣାନାହିଁ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏ ପ୍ରସଙ୍ଗରେ ବିରୋଧୀ ଦଳକୁ ଡାକି ଆଲୋଚନା କରନ୍ତୁ ବୋଲି ନରସିଂହ ମିଶ୍ର ।

Spread the love