ମମିତା ମେହେର ହତ୍ୟାକାଣ୍ଡ ଘଟଣା, କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ଗୋବିନ୍ଦ ଓ ସହଯୋଗୀ

: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣା । କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର ହେଲେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତାର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ । କଡା ସୁରକ୍ଷା ବଳରେ କଣ୍ଟାବାଞ୍ଜି ବିଚାର ବିଭାଗୀୟ ହାଜତରୁ ଏଡିଜେ କୋର୍ଟକୁ ଅଣାଯାଇଥିଲା । ସୂଚନା ଥାଉକି ଗତ ଏପ୍ରିଲ ୫ ତାରିଖରେ ହାଜର ହୋଇଥିଲେ ଉଭୟ । ଆହୁର ମଧ୍ୟ ମାମଲାକୁ ନେଇ କଳା କୋର୍ଟ ପିନ୍ଧି କେସ୍‌ ଲଢ଼ିଛନ୍ତି ବିଧାୟକ ନରସିଂହ ମିଶ୍ର । ମମିତାଙ୍କ ପରିବାର ଲୋକଙ୍କୁ ବଲାଙ୍ଗୀର ବିଧାୟକ ଭେଟିବା ସମୟରେ କହିଥିଲେ ମମିତାଙ୍କୁ ନ୍ୟାୟ ଦେବାପାଇଁ ଆବଶ୍ୟକ ହେଲେ କଳା କୋର୍ଟ ପିନ୍ଧି ଲଢ଼ିବେ। ଆଉ ତାହା ସେ କରିଛନ୍ତି ଶ୍ରୀ ମିଶ୍ର ।

Spread the love