ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକଙ୍କ ଚିଠି, ପୋଷ୍ଟ ଅଫିସ୍ ପର୍ଯ୍ୟନ୍ତ ଶୋଭାଯାତ୍ରା

ଭୁବନେଶ୍ବର ୬।୧୨: ମମିତା ମେହେର ପ୍ରସଙ୍ଗରେ ଗୃହରେ ବିଜେପି ସଦସ୍ୟ ହୋହଲ୍ଲା କରିଥିଲେ । ଏହାପରେ ଗୃହକୁ ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି । ଗୃହ ମୁଲତବୀ ପରେ ବିଧାନସଭା ବାହାରେ ପ୍ରତିବାଦ କରିଛନ୍ତି ବିଜେପି ସଦସ୍ୟ । ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପଠାଇବାକୁ ବିଜେପି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇଛି । ଲୋୟର ପିଏମ୍‌ଜି ପୋଷ୍ଟ ଅଫିସ୍ ପର୍ଯ୍ୟନ୍ତ ବିରାଟ ଶୋଭାଯାତ୍ରାରେ ଯାଇଛନ୍ତି ବିଜେପି ସଦସ୍ୟ । ଚିଠିରେ ମମିତା ମେହେର, ଅଞ୍ଜନା ମିଶ୍ର ଆଦି ଅନେକ ପ୍ରସଙ୍ଗ ଉଠାଇଛନ୍ତି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି ।

Spread the love