ସ୍ମୃତିରେ ମନମୋହନ ମହାପାତ୍ର…

ପରଲୋକରେ ଓଲିଉଡ ଜଗତର ନିର୍ମାତା, ଲେଖକ ତଥା ନିର୍ଦ୍ଦେଶକ ମନମୋହନ ମହାପାତ୍ର । ଜାତୀୟ ଫିଲ୍ମ ଫେଷ୍ଟିଭାଲରେ “ଭିଜା ମାଟିର ସ୍ୱର୍ଗ” ପାଇଁ ତାଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା । ତାଙ୍କ ନିର୍ମିତ ଫିଲ୍ମ “ନୀରବ ଝଡ”କୁ ଜାତୀୟ ଫିଲ୍ମ ପୁରସ୍କାର ମିଳିଥିଲା । ଏହାବ୍ୟତୀତ ତାଙ୍କ ଫିଲ୍ମ “ଶୀତ ରାତି”, “କ୍ଲାନ୍ତ ଅପରାହ୍ନ”, “ନିସିତ ସ୍ୱପ୍ନ”, “ମଝି ପାହାଚ” ଇତ୍ୟାଦି ଫିଲ୍ମକୁ ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ସେ ଏଭଳି ଜଣେ ନିର୍ଦ୍ଦେଶକ ତଥା ନିର୍ମାତା ଥିଲେ ଯାହାଙ୍କର ଫିଲ୍ମ ୯ ଥର ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେବା ସହ ବହୁ ରାଜ୍ୟର ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସମ୍ମାନିତ ହୋଇଛି ।

 

୧୯୭୬ ମସିହାରେ ତାଙ୍କ ଦ୍ୱାରା ନିର୍ମାଣ ହୋଇଥିବା ପ୍ରଥମ ଓଡ଼ିଆ ଫିଲ୍ମ “ଶୀତ ରାତି” ଯେ କି ୧୯୮୨ ମସିହାରେ ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ କରାଯାଇଥିଲା । ଏଥିପାଇଁ ସେଠାରେ ଏହି ଫିଲ୍ମକୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମଧ୍ୟ ସମ୍ମାନିତ କରାଯାଇଥିଲା ।

୧୯୫୧ ମସିହାରେ ଜନ୍ମଗ୍ରହଣ କରିଥିବା ମନମୋହନ ମହାପାତ୍ର ପୁଣେର ଏଫଟିଆଇଆଇରେ ଫିଲ୍ମ ମେକିଂ କୋର୍ସ ଶେଷ କରିଥିଲେ । ଏହାପରେ ସେ ପ୍ରଥମେ ୧୯୭୫ ମସିହାରେ “ଆଂଟି ମେମୋରିଜ୍” ନାମକ ଏକ ସଟ୍ ଫିଲ୍ମ ନିର୍ମାଣ କରିଥିଲେ । ଏହାପରେ ସେ ୧୯୭୬ ମସିହାରେ ପ୍ରଥମ ଓଡ଼ିଆ ଫିଲ୍ମ “ଶୀତ ରାତି” ନାମକ ଏକ ଫିଲ୍ମରେ ନିର୍ଦ୍ଦେଶନା ଦେଇଥିଲେ । ଯାହା ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ବେଷ୍ଟ ଫିଚର ଫିଲ୍ମ ଭାବେ ସମ୍ମାନିତ ହୋଇଥିଲା । ଏହାବ୍ୟତୀତ ସେହି ଫିଲ୍ମଟି ୧୯୮୨ ମସିହାରେ ପ୍ରଥମ ଓଡ଼ିଆ ଫିଲ୍ମ ଯେ କି ଅନ୍ତରାଷ୍ଟ୍ରୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହେବା ସହ ପ୍ରଦର୍ଶିତ ମଧ୍ୟ ହୋଇଥିଲା । ଏହାବ୍ୟତୀତ ତାଙ୍କର ଆଉ ଏକ ସଟ୍ ଫିଲ୍ମ “ନୀରବ ଝଡ” ଯେ କି ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ସମ୍ମାନିତ ହୋଇଥିଲା । ସେ ଓଡ଼ିଆ ଫିଲ୍ମ ବ୍ୟତୀତ ହିନ୍ଦୀ ଫିଲ୍ମରେ ମଧ୍ୟ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ।

ତାଙ୍କ ନିର୍ଦ୍ଦେଶିତ ଫିଲ୍ମ……
-ଆଂଟି ମେମୋରିଜ୍
-ଶୀତ ରାତି
-ଭଏସ୍ ଅଫ୍ ସାଇଲେଂଟ
-କୋଣାର୍କ: ଦ ସନ୍ ଟେମ୍ପୁଲ
-ନୀରବ ଝଡ
-କ୍ଲାନ୍ତ ଅପରାହ୍ନ
-ତ୍ରିସଂନ୍ଧ୍ୟା
-ମଝି ପାହାଚ
-ନିଷିଦ୍ଧ ସ୍ୱପ୍ନ
-କିଛି ସ୍ମୃତି କିଛି ଅନୁଭୂତି
-ଅନ୍ଧ ଦିଗନ୍ତ
-ବିନୟ ସମୟ
-ଅଗ୍ନି ବିନା
-ମୁହୁର୍ତ

ଲେଖକ ଭାବେ……
-ଶୀତ ରାତି
-ନୀରବ ଝଡ
-କ୍ଲାନ୍ତ ଅପରାହ୍ନ
-ମଝି ପାହାଚ
-ଫବ୍ରିଡେନ୍ ଡ୍ରିମ୍
-ଭିନ୍ନ ସମୟ
-ମୁହୁର୍ତ

ପ୍ରଯୋଜକ ଭାବେ…..
-ଫବ୍ରିଡେନ୍ ଡ୍ରିମ୍
-ନୀରବ ଝଡ

Spread the love