ଦାଦାର ଟାଙ୍ଗିଆ ଚୋଟରେ ଗଲା ପୁତୁରା ଜୀବନ

ଦାଦାର ଟାଙ୍ଗିଆ ଚୋଟରେ ଗଲା ପୁତୁରା ଜୀବନ । ରାୟଗଡା ଜିଲ୍ଲା ଗୁଣୁପୁର ଥାନା ସିରିଝୋଲି ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତ ଯୁବକ ହେଲେ ଏସ୍‌.ରମେଶ।ଗତକାଲି ରାତିରେ କୌଣସି କଥାକୁ ନେଇ ଦାଦା ଏସ୍‌.ବୁଡୁଙ୍କ ସହ ପୁତୁରା ଏସ୍‌.ରମେଶଙ୍କ କଥା କଟାକଟି ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଏସ୍‌.ରମେଶଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଦାଦା ଏସ୍‌.ବୁଡୁ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ମୃତଦେହକୁ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି।

Spread the love