ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ବାଇକ ସହ ଜଳିଗଲେ ଯୁବକ

ଭୁବନେଶ୍ୱର : ବାଇକ ସହ ଜଳିଗଲେ ଯୁବକ। ଭୁବନେଶ୍ୱର ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ ସହ ଜିଅନ୍ତା ଜଳିଯାଇଛନ୍ତି। ତେବେ କିପରି ବାଇକରେ ନିଆଁ ଲାଗିଲା ତାହା ଜଣାପଡିନାହିଁ। ସହିଦ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପ୍ରତ୍ୟେକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ଓଭରବ୍ରିଜ ଉପରେ ଯୁବକ ଜଣକ ବାଇକ୍‌ରେ ପଡିଥିବାବେଳେ ବାଇକ୍‌ଟି ହୁତୁହୁତୁ ହୋଇ ଜଳୁଥିଲା। ଲୋକମାନେ ତାଙ୍କୁ ତୁରନ୍ତ ବାଇକରୁ ଘୋଷାଡି ଆଣିଥିଲେ କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ କ୍ୟାପିଟାଲ୍‌ ହସ୍‌ପିଟାଲ ପଠାଯାଇଛି। ଆଖପାଖର CCTV ଫୁଟେଜ ଯାଞ୍ଚ କରୁଛି ପୋଲିସ। ଯୁବକଙ୍କ ଗାଡି ନମ୍ବରରୁ ପରିଚୟ ସଂଗ୍ରହ କରିବାକୁ ଚେଷ୍ଟା ଚାଲିଛି। କେହି ଦୁର୍ବୃତ୍ତ ଯୁବକ ଜଣଙ୍କୁ ହତ୍ୟା କରି ବାଇକ ଉପରେ ଶୁଆଇ ଦେଇଥିବା ପୋଲିସ ସନ୍ଦେହ କରୁଛି।

Spread the love