କଳା, ସଂସ୍କୃତି, ଐତିହ୍ୟକୁ ଗୁରୁତ୍ୱ ଦେଇଥାନ୍ତି ମୋଦିଜୀ : ମନମୋହନ ସାମଲ

ଭୁବନେଶ୍ୱର, ତା.୨୭/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ୨୦୧୪ମସିହାରେ ମୋଦିଜୀ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତଥାନ୍ତି । ଆଜି କଟକ ଜିଲ୍ଲା ଚୌଦ୍ୱାର ନିର୍ବାଚନମଣ୍ଡଳୀର ମହାନଦୀ ବିହାର ସେଲିବ୍ରେଶନ ମଣ୍ଡପଠାରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତାଙ୍କ ସହ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୪ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

ସାରା ବିଶ୍ୱରେ ଜଣେ ରାଷ୍ଟ୍ରମୁଖ୍ୟ ହିସାବରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ଲୋକଙ୍କ ଭିତରେ ଥିବା ପ୍ରତିଭାକୁ ସାରା ଭାରତକୁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଜଣାଉଛନ୍ତି । କଳା, ସଂସ୍କୃତି, ଐତିହ୍ୟକୁ ବେଶ୍ ଗୁରୁତ୍ୱ ଦେଇଥାନ୍ତି ମୋଦିଜୀ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ମୋଦିଜୀ ‘ଚନ୍ଦ୍ରଯାନ-୩’ରେ ‘ଇସ୍ରୋ’ ବୈଜ୍ଞାନିକମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଭାରତୀୟ ନାରୀମାନଙ୍କ ସାମର୍ଥ୍ୟର ଜୀବନ୍ତ ଉଦାହରଣ ବୋଲି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ କହିଛନ୍ତି । ସେହିପରି ମୋଦିଜୀ ସେପ୍ଟେମ୍ବର ୮ ରୁ ୧୦ତାରିଖରେ ଦିଲ୍ଲୀରେ ‘ଜି-୨୦’ଶିଖର ସମ୍ମିଳନୀକୁ ସଫଳ କରି ଦେଶକୁ ଗୌରବାନ୍ୱିତ କରିବା ଲାଗି ନିବେଦନ କରିଛନ୍ତି । ମୋଦିଜୀ ‘ୱାର୍ଲଡ୍ ୟୁନିଭର୍ସିଟି ଗେମ୍‌ସ୍‌’ ୨୦୨୩ର ବିଜେତାମାନଙ୍କୁ ପ୍ରଶଂସା କରିବା ସହ କ୍ରୀଡାରେ ଅଂଶଗ୍ରହଣ କରିଥିବା ଖେଳାଳୀଙ୍କ ସହ ବାର୍ତାଳାପ କରିଥିଲେ । ଚଳିତବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ୧୦କୋଟିରୁ ଅଧିକ ଜନତା ଜାତୀୟ ପତାକା ସହ ‘ସେଲଫି’ ପଠାଇଛନ୍ତି । ‘ମନ୍ କି ବାତ୍‌’ରେ ମୋଦିଜୀ ଆଗାମୀ ୩୧ରେ ‘ବିଶ୍ୱ ସଂସ୍କୃତ ଦିବସ’ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଦୁଗ୍ଧଜାତ ସାମଗ୍ରୀ କ୍ଷେତ୍ରକୁ ସୁଦକ୍ଷ ଏବଂ ସୁଦୃଢ଼ କରିବା ଲାଗି ସର୍ବସାଧାରଣଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ଆଗାମୀ ରକ୍ଷା ବନ୍ଧନ ଲାଗି ଦେଶବାସୀଙ୍କୁ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ମୋଦିଜୀ ।
ଏହି ଅବସରରେ ରାଜ୍ୟ ଉପସଭାପତି ଡକ୍ଟର ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ବିଧାୟକ ପ୍ରାର୍ଥୀ ନୟନ କିଶୋର ମହାନ୍ତି, ମଣ୍ଡଳ ସଭାପତି ଗୋପାଳ ବେହେରା ଓ ବହୁ କାର୍ଯ୍ୟକର୍ତା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love