ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ: ମନମୋହନ ସାମଲ

*୧୦୨ତମ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ*
*ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ: ମନମୋହନ ସାମ*
 ଚଳିତ ମାସ ୨୫ ପରିବର୍ତେ ୧୮ ତାରିଖରେ ହେଲା ପ୍ରଧାନମନ୍ତ୍ରୀଙ୍କ ୧୦୨ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ
 ରାଜ୍ୟର ଅନେକ ସ୍ଥାନରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଏକାଠି ହୋଇ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି
ଭୁବନେଶ୍ୱର, ତା.୧୮/୦୬: ପ୍ରତି ମାସ ଶେଷ ରବିବାରରେ ନିରନ୍ତର ଭାବେ ପ୍ରସାରିତ ହୋଇ ଆସୁଛି ପ୍ରଧାନମନ୍ତ୍ରୀ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ । ୨୦୧୪ ମସିହା ଅକ୍କୋବର ୩ ତାରିଖ ଦିନ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମର ୧୦୨ ତମ ଅଧ୍ୟାୟ ଆଜି ପ୍ରସାରିତ ହୋଇଛି । ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ରାଷ୍ଟ୍ରମୁଖ୍ୟ, ଯିଏ ଲୋକଙ୍କ ସହ ସିଧାସଳଖ କଥା ହୋଇଥାନ୍ତି । ଏକ ଆନ୍ଦୋଳନରେ ପରିଣତ ହୋଇସାରିଥିବା ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଦେଶର ଯୁବ, ମହିଳା, ଛାତ୍ରଛାତ୍ରୀ, ଗ୍ରାମାଂଚଳ, ସହରାଂଚଳବାସୀଙ୍କ ମନରେ ଏକ ନୂତନ ଉନ୍ମାଦନା ସୃଷ୍ଟି କରିପାରିଛି । ସାଧାରଣ ଲୋକଙ୍କ ଅସାଧାରଣ କାର୍ଯ୍ୟ ଓ ସାମର୍ଥ୍ୟକୁ ଲୋକଲୋଚନକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ । ଦେଶର ଐତିହ୍ୟ, ସଂସ୍କୃତି, ପରଂପରା, ଅସ୍ମିତାକୁ ଆଜି ବିଶ୍ୱ ଦରବାରରେ ପହଂଚାଇବାରେ ସହାୟକ ହୋଇଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ । ଆନ୍ତର୍ଜାତୀକ ଯୋଗ ଦିବସ ଏବଂ ପବିତ୍ର ରଥଯାତ୍ରା ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ବାସ୍ତବରେ ସମସ୍ତଙ୍କ ପ୍ରେରଣାର କେନ୍ଦ୍ରବିନ୍ଦୁ ସାଜିଛି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ସାମଲ ଆଜି ଭୁବନେଶ୍ୱର ମହାନଗର ନିଗମର ଓ୍‌ôାର୍ଡ-୩୩ ଅନ୍ତର୍ଗତ ୧୭୬ ନମ୍ବର ବୁଥ୍‌ରେ ୧୦୨ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଥିଲେ । ଏହି ଅବସରରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ଧରିତ୍ରୀ ଜେନା ପ୍ରମୁଖଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ଆଜି ରାଜ୍ୟର ଅନେକ ସ୍ଥାନରେ ଦଳୀୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ସ୍ଥାନୀୟବାସିନ୍ଦାଙ୍କ ଗହଣରେ ଏକାଠି ହୋଇ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିଛନ୍ତି ।

(ବିଜେପି ମିଡିଆ ସେଲ୍‌)

Spread the love