୯ ଜଣ ପତ୍ନୀ ସହିତ ଏକାଠି ରହୁଛି ଯୁବକ

ନୂଆଦିଲ୍ଲୀ ୦୮।୦୪ : ସାଧାରଣତଃ ସ୍ବାମୀ ସ୍ତ୍ରୀ ମିଶିକି ହସ ଖୁସି ରେ ସଂସାର ଗଢିଥାନ୍ତି। ଯଦି ସେହି ସମୟରେ ସ୍ବାମୀ ଆଉ ଜଣଙ୍କୁ ବିବାହ କରେ ତାହାଲେ ପ୍ରଥମ ସ୍ତ୍ରୀ ଛାଡୋତ୍ର ଦେଇଥାଏ । ହସଖୁସିର ସଂସାର ଭାଙ୍ଗି ଯାଇଥାଏ। କିନ୍ତୁ ଆପଣମାନେ କିଛିଦିନ ତଳେ ବ୍ରାଜିଲର ଜଣେ ଯୁବକଙ୍କ ବିଷୟରେ ଖବର ନିଶ୍ଚିତ ଶୁଣିଥିବେ। ଯୁବକ ଜଣକ ୯ ଜଣ ପତ୍ନୀଙ୍କ ସହିତ ରହୁଥିବା ବେଳେ ସବୁ ପତ୍ନୀଙ୍କ ପିଲାର ବାପା ହେବାକୁ ଚାହାନ୍ତି ବୋଲି ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ପୁଣି ଥରେ ଆଉ ଏକ ଖବର ଯୋଗୁଁ ଚର୍ଚ୍ଚାରେ ରହିଛନ୍ତି ଏହି ଯୁବକ।

୯ ଜଣ ପତ୍ନୀଙ୍କ ସହିତ ରହୁଥିବା ଆର୍ଥରଙ୍କ ମନରେ ଦୁଃଖର କଳା ପାହାଡ ଆସିଛି। କାହିଁକି ନା ଆର୍ଥର ୯ ଜଣଙ୍କୁ ବିବାହ କରିସାରିବା ପରେ ବି ଆଉ ୨ ଜଣଙ୍କୁ ବିବାହ କରିବାକୁ ଇଚ୍ଛା ରଖିଛନ୍ତି। ଆର୍ଥରଙ୍କ ୯ ପତ୍ନୀଙ୍କ ମଧ୍ୟରୁ ଅଗାଥା ନାମ୍ନୀ ଜଣେ ପତ୍ନୀ ତାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ ନିଜର ଦୁଃଖ ପ୍ରକାଶ କରିଛନ୍ତି ଆର୍ଥର। ଏନେଇ ସେ କହିଛନ୍ତି ଅଗାଥାଙ୍କ ପରେ ସେ ତାଙ୍କ ସ୍ଥାନ ପୂରଣ କରିବାକୁ ଜଣେ ନୁହେଁ ବରଂ ଏକାବେଳେ ୨ ଜଣଙ୍କୁ ବିବାହ କରିବେ ବୋଲି କହିଛନ୍ତି । ଏହି ଦୁଇଜଣଙ୍କୁ ବିବାହ କରିବା ପରେ ଆର୍ଥରଙ୍କ ପତ୍ନୀଙ୍କ ସଂଖ୍ୟା ୧୦ ହୋଇଯିବ।

ତେବେ ଆର୍ଥର ଏହି ୯ ମହିଳାଙ୍କୁ ଏକାସାଙ୍ଗରେ ବିବାହ କରି ଚର୍ଚ୍ଚାରେ ରହିଥିଲେ। ଆର୍ଥର ଗତବର୍ଷ ନଭେମ୍ବରରେ ଏକ ଚର୍ଚ୍ଚରେ ଏକାବେଳେ ୯ ଜଣଙ୍କୁ ବିବାହ କରିଥିଲେ। ପ୍ରଥମେ ଅଗାଥା ବିବାହ କରିଥିଲେ ମଧ୍ୟ ପରେ ଆର୍ଥରଙ୍କୁ ଅନ୍ୟ କାହା ସହିତ ସେୟାର କରିବାକୁ ଚାହୁଁନଥିଲେ। ଏଥିପାଇଁ ଅଗାଥା ଛାଡପତ୍ର ନେବାକୁ ଚାହୁଛନ୍ତି । ପତ୍ନୀଙ୍କର ଏପରି ନିଷତ୍ତିରେ ଆର୍ଥର କହିଛନ୍ତି, ଏହାର କୌଣସି ଅର୍ଥ ନାହିଁ। ମୋତେ ସେମାନଙ୍କ ସହିତ ସେୟାର କରିବାକୁ ପଡିବ। ମୁଁ ଛାଡପତ୍ର ନିଷ୍ପତ୍ତି ଜାଣିବା ପରେ ବହୁତ ଦୁଃଖିତ ଏବଂ ଅଗାଥାଙ୍କ ବୟାନରେ ଆଶ୍ଚର୍ଯ୍ୟ ହୋଇଯାଇଛି।

Spread the love