ଭାରତୀୟ ଖାଦ୍ୟ, ବେଶଭୁଷା, କଳା, ସଂସ୍କୃତି ଓ ପରଂପରାକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ : ମନମୋହନ ସାମଲ

ଭୁବନେଶ୍ୱର, ତା.୨୪/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ଭାରତ ବର୍ଷ ଆଜି ସମଗ୍ର ବିଶ୍ୱରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି । ଦେଶର ମାନ ଓ ସମ୍ମାନ ବୃଦ୍ଧି ପାଇଛି । ପ୍ରତ୍ୟେକ ଭାରତୀୟ ଆଜି ବିଶ୍ୱ ଦରବାରରେ ନିଜକୁ ଗୈାରାବନ୍ୱିତ ମନେ କରୁଛନ୍ତି । ସ୍ୱଦେଶୀ ଜ୍ଞାନକୈାଶଳରେ ନିର୍ମିତ ଚନ୍ଦ୍ରଯାନ-୩ର ସଫଳତା ପରେ ଜି-୨୦ ଶିଖର ସମ୍ମିଳନୀର ସଫଳତା ଆଜି ପ୍ରତ୍ୟେକ ଭାରତୀୟଙ୍କ ଖୁସିକୁ ଦ୍ୱିଗୁଣିତ କରିଛି । ଶିକ୍ଷା, ପର୍ଯ୍ୟଟନ, ଟେକ୍ନୋଲୋଜି, ପର୍ଯ୍ୟାବରଣ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ଭାରତବର୍ଷ ସମଗ୍ର ବିଶକୁ୍ୱ ନେତୃତ୍ୱ ଦେବା ପାଇଁ ପ୍ରସ୍ତୁତ । ଭାରତୀୟ ଖାଦ୍ୟ, ବେଶଭୁଷା, କଳା, ସଂସ୍କୃତି ଓ ପରଂପରାକୁ ମଧ୍ୟ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରାଇବାରେ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦିଜୀ ବୋଲି ୧୦୫ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିବା ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୨୦୧୪ମସିହାରେ ପ୍ରଥମଥର ପାଇଁ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ମାସର ଶେଷ ରବିବାର ଦିନ ମୋଦିଜୀ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି । ଏହି କାର୍ଯ୍ୟକ୍ରମ ଦ୍ୱାରା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଯେଉଁ ଭଳି ଭାବେ ସାଧାରଣ ଦେଶବାସୀଙ୍କ ମନର କଥାକୁ ବାଖ୍ୟା କରୁଛନ୍ତି, ତାହା ଅତ୍ୟନ୍ତ ପ୍ରଶଂସନୀୟ ଓ ଐତିହାସିକ ପଦେକ୍ଷପ । ପ୍ରତ୍ୟେକ ଦେଶବାସୀ ଆଜି ପ୍ରଧାନମନ୍ତ୍ରୀଙ୍କ ‘ମନ କି ବାତ୍‌’ କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ବ୍ୟାକୁଳତାର ସହ ଅପେକ୍ଷାରତ । ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନାଲଗୁଣ୍ଡା ପଂଚାୟତ ଅଫିସ ସମ୍ମୁଖରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତାଙ୍କ ଗହଣରେ ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୫ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।
ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାର୍ଟୀର ପ୍ରମୁଖ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ନିଜ ନିଜ ଅଂଚଳରେ ଉପସ୍ଥିତ ରହି ଯଶ୍ୱସୀ ପ୍ରଧାନମନ୍ତ୍ରୀଙ୍କ ୧୦୫ତମ “ମନ୍ କି ବାତ୍‌” କାର୍ଯ୍ୟକ୍ରମ ଶୁଣିଛନ୍ତି ।

Spread the love