ମାନବବାଦ ସଂଗଠନର ଫିଟୁଛି ଗୁମର, ସଂଗଠନରେ ସାମିଲ ନହୋଇ ଗାଁରୁ ତଡା ଖାଇଛନ୍ତି ୬ ପରିବାର

ଖୋର୍ଦ୍ଧା ୩୦।୮: ମାନସ ଦାସ ବିରୁଦ୍ଧରେ ଖୋଲିବାରେ ଲାଗିଛି ଗୋଟିଏ ପରେ ଗୋଟିଏ ଅପରାଧର ଫର୍ଦ୍ଦ । କିଭଳି ମାନସ ଦାସଙ୍କ ମାନବବାଦ ସଂଗଠନରେ ସାମିଲ ନହୋଇ ଏବେ ଗାଁରୁ ତଡା ଖାଇ ବାହାରେ ରହୁଛନ୍ତି ରମେଶ ନାୟକ, ସାଧୁ ନାୟକ, ଡମ୍ବରୁ ପ୍ରଧାନ, ଯୋଗୀ ପ୍ରଧାନ, ସର୍ବେଶ୍ବର ପ୍ରଧାନ ଏବଂ ଭିମ ପ୍ରଧାନଙ୍କ ପରିବାର ।

୨୦୧୪ ମସିହାରେ କାଜୁ ଜଙ୍ଗଲକୁ ନେଇ ଏହି ଗଣ୍ଡଗୋଳ ଘଟିଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଖୋର୍ଦ୍ଧା ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ବି ସେତେବେଳେ ଚୁପ୍ ବସିଥିଲା । ସେହିଭଳି ଏହି ମାନବବାଦ ସଂଗଠନର ଆଇନ ଅନୁସାରେ ଯିଏ ନଯିବ ଏଭଳି କଷ୍ଟ ଭୋଗିବାକୁ ପଡେ ବୋଲି କହିଛନ୍ତି ପୀଡିତ ପରିବାର ଲୋକେ ।

Spread the love