ଫତେଗଡ ପାହାଡ଼ ଉପରେ ନିର୍ମିତ ରାମ ମନ୍ଦିର ଦେଖିଲେ ମାନସ ମଙ୍ଗରାଜ

ନୟାଗଡ଼, ୨୩/୧ : ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା  ନେଇ ସାରା ଦେଶରେ ଉତ୍ସବର ଥିବା ବେଳେ ନୟାଗଡ ଜିଲ୍ଲା ଫତେଗଡରେ ବି ସୃଷ୍ଟି ହୋଇଛି ଆଧାତ୍ମିକ ପରିବେଶ ।  ଏହି ଅବସରରେ ଫତେଗଡ ଗାଁ ନିକଟ ପାହାଡ ଉପରେ ନିର୍ମାଣ ହୋଇଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଦର୍ଶନ କରିଛନ୍ତି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ। ବେଦଜ୍ଞ ପଣ୍ଡିତଙ୍କ ଦ୍ବାରା ପୀଠରେ ଚାଲିଥିବା ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ଦିରର ପାର୍ଶ୍ବ ଦେବା ଦେବୀ ମନ୍ଦିର ବୁଲି ଦର୍ଶନ କରିଥଲେ। ପରେ ନବ ନିର୍ମିତ ମୁଖ୍ୟ ମନ୍ଦିରରେ ଶ୍ରୀ ରାମଚନ୍ଦ୍ରଙ୍କ ଦର୍ଶନ କରିଥିଲେ । ଏହି ଅବସରରେ ମନ୍ଦିର ପରିଦର୍ଶନ କରି ନିଜକୁ ଗୌରବାନୀତ ମନେ କରୁଛନ୍ତି କହିଥିଲେ ସାଂସଦ ମାନସ ମଙ୍ଗରାଜ। ଏହାର କିପରି ଆଗକୁ ଦର୍ଶନୀୟ ସ୍ଥାନ ହେବା ସହ ବିକାଶ ହୋଇ ପାରିବ ଏନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନ କରିଥିଲେ।

Spread the love