କ୍ୟାମେରାମ୍ୟାନ୍‌ ମାନସ ହତ୍ୟା ମାମଲା, ୪ ଜଣଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ

ଚାନ୍ଦବାଲି, ୨୮/୦୩: କ୍ୟାମେରାମ୍ୟାନ ମାନସ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତ ଓ ତାର ସହଯୋଗୀ ଝୁନା ଭୋଇକୁ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ଟିମ୍ ଭଦ୍ରକ ନଳ।ଙ୍ଗରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । କ୍ରାଇମ୍‌ବ୍ରାଞ୍ଚ କରିଥିବା ରିମାଣ୍ଡ ଆବେଦନର ଶୁଣାଣି କରି ୫ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି । ୪ ଜଣଙ୍କୁ ନେବା ପାଇଁ ଅନୁମତି ରହିଛି । ଶର୍ମିଷ୍ଠା, ଝୁନା, ନିରଞ୍ଜନ ସେଠୀ ଏବଂ ରଞ୍ଜନକୁ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ । ଆସନ୍ତାକାଲି ଠାରୁ ଏପ୍ରିଲ୍‌ ୩ ଯାଏ ଏହି ୪ ଅଭିଯୁକ୍ତ ରିମାଣ୍ଡରେ ଯିବେ ।

ପୋଲିସ ଆଜି ଶର୍ମିଷ୍ଠା ଓ ଝୁନାଙ୍କୁ ଗରିଫ କରି ଚାନ୍ଦବାଲି ଆଣି ଜେଏମଏଫସି କୋର୍ଟରେ ହାଜର କରିଥିଲା । ସେମାନଙ୍କୁ ଭଦ୍ରକ ଜେଲ୍‌ ହାଜତକୁ ପଠାଯାଇଛି । ଗିରଫ ୮ଜଣଙ୍କୁ କ୍ରାଇମବ୍ରାଞ୍ଚ ୧୦ ଦିନିଆ ରିମାଣ୍ଡରେ ନେଇ ତଦନ୍ତ ଓ କ୍ରାଇମ ସିନ୍‌ ରିକ୍ରିଏସନ୍‌ ପାଇଁ କୋର୍ଟରେ ଆବେଦନ କରିଥିଲା । ଏହି ମାମଲାରେ ଅଦ୍ୟାବଧି ଗିରଫ ସଂଖ୍ୟା ୮ରେ ପହଂଚିଛି । ଆଉ କେହି ସହଯୋଗୀ ଗିରଫ ହେବେକି ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

Spread the love