ମାନସିକ ବ୍ୟକ୍ତିଙ୍କ ବାସଗୃହ ପାଲଟିଛି ରାସ୍ତା କଡ,ହଜିଯାଉଛି ମଣିଷ ପଣିଆ

ସଇଁନ୍ତଲା,ରାଜ୍ୟ ସରକାର ଗରିବ, ନିରୀହ,ଅସହାୟ ଓ ମାନସିକତା ଭାରସାମ୍ୟ ହରାଇ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରୁଥିବା ବାହା ବାହା ମାରୁଛନ୍ତି ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ରେ ତାହା ବାଟବଣା ହୋଇପଡିଛି।ପ୍ରକାଶ ଥାଉକି ଯେ ,ବ୍ଲକ ର ନବୀନ ଛକ ଠାରେ ଏକ ଭାରସାମ୍ୟ ହରାଇ ବସିଥିବା ବ୍ୟକ୍ତି ଜଣକ ବସବାସ କରୁଥିବା ଦେଖିବାକୁ ମିଳିଛି।ଏଭଳି ଶୀତ କାକରରେ ଦିନ କାଟୁଥିବା ବେଳେ ସ୍ଥାନୀୟ ପ୍ରଶାସନ ର ଦୃଷ୍ଟି ମଧ୍ୟ ପଡୁନ ଥିବା ବେଳେ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ଅନ୍ୟପଟେ ଭୋକ ଉପାସରେ ଆଶ୍ରୟ ନେଇଥିବା ବେଳେ ରାଜ୍ୟ ସରକାର ଙ୍କ ଖାଦ୍ୟ ସୁରକ୍ଷା ଯୋଜନା ଫେଲ ମାରିଥିବା ଆଲୋଚନା ହେଉଛି।ଏହି ରାସ୍ତା ଦେଇ ଅନେକ ରାଜନେତା, ନେତା,ମନ୍ତ୍ରୀ ଓ ପ୍ରଶାସନିକ ଅଧିକାରୀ ମାନେ ଯିବା ଆସିବା କରିଛନ୍ତି ହେଲେ କାହାର ଦୃଷ୍ଟି ଆକର୍ଷଣ ହେଉନ ଥିବା ବେଳେ କାହା ପାଇଁ ଅନେକ ଗୁଡ଼ିଏ ଯୋଜନା ବୋଲି ସାଧାରଣ ରେ ପ୍ରଶ୍ନ ଉଠୁଛି।ତେବେ ଏଭଳି ଅନେକ ମାନସିକ ଭାରସାମ୍ୟ ହରାଇ ଥିବା ବ୍ୟକ୍ତି ମାନଙ୍କ ଦେଖାଦେଉ ଥିବା ବେଳେ ଧୀରେ ଧୀରେ ମଣିଷ ପଣିଆ ହଜିବାରେ ଲାଗିଥିବା ମନେ ହେଉଛି।ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ଉଦ୍ଧାର କରି ଚିକିତ୍ସା କରିବା ପାଇଁ ଦାବି ହେଉଛି।

Spread the love