ମଣ୍ଡପରେ ବରକୁ ଚପଲ ମାଡ, ଚୁଟି ଟାଣି ଘୋଷାଡି ଘୋଷାଡି ଟଣାଗଲା, ତା ପରେ…

ଲକ୍ଷ୍ନୌ ୧୪/୧୨ : ଗୋଟିଏ ସ୍ତ୍ରୀ ଥିଲା ତଥାପି ମନ ମାନିଲା ନାହିଁ । ମନ୍ଦିରରେ ଲୁଚି ଲୁଚି ପୁଣି ଥରେ ବାହା ହେଉଥିଲେ ଯୁବକ। ଆଉ ଏହି ସମୟରେ ତାଙ୍କ ପ୍ରଥମ ସ୍ତ୍ରୀ ଆସି ହଠାତ ମନ୍ଦିରରେ ପହଞ୍ଚିଗଲେ। ବର ବେଶରେ ଥିବା ସ୍ଵାମୀଙ୍କୁ ଉତ୍ତମ ମଧ୍ୟମ ଦେଇଥିଲେ। ପରିସ୍ଥିତି ଏମିତି ହୋଇଥିଲା ଯେ ପ୍ରଥମ ପତ୍ନୀ ଯୁବକଙ୍କୁ ଜୋତାରେ ପିଟିବାକୁ ପଛାଇ ନଥିଲେ। ଯୁବକଙ୍କୁ ବାହା ହେବାକୁ ଯାଉଥିବା ଯୁବତୀ ଓ ତାଙ୍କ ପରିବାରକଙ୍କ ଉପରେ ପ୍ରଥମ ପତ୍ନୀ ଖୁବ୍ ବର୍ଷିଛନ୍ତି। ବାହାଘର ବେଦୀରେ ପରିବାର ତାମସାକୁ ଦେଖି ଦ୍ୱିତୀୟ କନ୍ୟା ପକ୍ଷ ସମସ୍ତ ବାହାଘର ଜିନିଷପତ୍ର ଧରି ଘରକୁ ଫେରି ଯାଇଥିଲେ। ଶେଷରେ ଦ୍ୱିତୀୟ ବିବାହ କରିବାକୁ ଆସିଥିବା ଯୁବକ ଜଣଙ୍କ ଖାଲି ହାତରେ ଘରକୁ ଫେରିଥିଲେ।

ଏହି ଘଟଣା ଉତ୍ତରପ୍ରଦେଶର ନଗର ଥାନା ଅନ୍ତର୍ଗତ ଗୌସଗଞ୍ଜାରେ ଘଟିଛି। ଗୌସଗଞ୍ଜର ଏକ ବିଶ୍ବକର୍ମା ମନ୍ଦିରରେ ଏହି ବାହାଘର ହେବାକୁ ଯାଉଥିଲା। ଯୁବକଙ୍କ ପ୍ରଥମ ସ୍ତ୍ରୀଙ୍କ ନାମ ସଙ୍ଗୀତା କୁମାରୀ। ସଙ୍ଗୀତା ୮ ବର୍ଷ ପୂର୍ବରୁ ଏହି ଯୁବକଙ୍କୁ ବାହା ହୋଇଥିଲେ। ଯୁବକଙ୍କ ନାମ ସିରମନ ଶର୍ମା ହୋଇଥିବା ବେଳେ ତାଙ୍କ ଘର ଉତ୍ତର ପ୍ରଦେଶର ଆୟର-ବଲିଗାଓଁରେ । ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିଛିଦିନ ହେଲା ତାଙ୍କ ସମ୍ପର୍କରେ ତିକ୍ତତା ଦେଖାଦେଇଥିଲା କିନ୍ତୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇନଥିଲା ବୋଲି ସଙ୍ଗୀତା କହିଛନ୍ତି। ସୋମବାର ଦିନ ତାଙ୍କୁ ସୂଚନା ମିଳିଥିଲା କି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେଥିପାଇଁ ବାହାଘରକୁ ଭଣ୍ଡୁର କରିବା ପାଇଁ ବାହାଘର ହେଉଥିବା ବିଶ୍ୱକର୍ମା ମନ୍ଦିରରେ ପହଞ୍ଚିଥିଲେ ବୋଲି ସେ କହିଛନ୍ତି।

Spread the love