ମନ୍ଦାର ଫୁଲ ଅର୍ପଣ ଦ୍ୱାରା ପ୍ରସନ୍ନ ହୁଅନ୍ତି ସୂର୍ଯ୍ୟଦେବ ଓ ମା’ ଲକ୍ଷ୍ମୀ

ପୂଜା ଏବଂ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟରେ ଫୁଲର ବହୁତ ମହତ୍ତ୍ୱ ରହିଛି। ଜ୍ୟୋତିଷ ଶାସ୍ତ୍ର ମୁତାବକ, ସମସ୍ତ ଫୁଲର ନିଜର ଅଲଗା ଅଲଗା ମହତ୍ତ୍ୱ ରହିଛି। ମନ୍ଦାର ଫୁଲ ମଧ୍ୟ ବହୁତ ଶୁଭ ଏବଂ ପବିତ୍ର ବୋଲି କୁହାଯାଇଛି। ଆସନ୍ତୁ ଜାଣିବା, କେଉଁ ଭଗବାନ ପୂଜାରେ ଏହି ଫୁଲକୁ ପ୍ରୟୋଗ କରିବା ଶୁଭ ହୋଇଥାଏ ଏବଂ କ’ଣ ରହିଛି ଏହାର ଜ୍ୟୋତିଷୀୟ ମହତ୍ତ୍ୱ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ମନ୍ଦାର ଫୁଲ ଚଢ଼ାଇବା ବହୁତ ଶୁଭ ହୋଇଥାଏ। ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ହୋଇଥାଏ ଏବଂ ବିଗିଡ଼ିଥିବା କାମ ପୂରା ହୋଇଥାଏ। ଏଥିସହ ଶୁକ୍ରବାର ଦିନ ୫ଟି ଫୁଲ ଭଗବାନ ଗଣେଶ ଏବଂ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ। ଏହି ୫ଟି ଫୁଲ ମଧ୍ୟରୁ ଗୋଟିଏ ଫୁଲ ନେଇ ନିଜ ଧନବାକ୍ସରେ ରଖି ଦିଅନ୍ତୁ।

ଏହାଦ୍ୱାରା ଧନ ଗଚ୍ଛିତ ରହିଥାଏ ଏବଂ ଧନହାନି ହୋଇ ନ ଥାଏ। ମାନ୍ୟତା ଅନୁସାରେ, ୧୧ ଶୁକ୍ରବାର ମା’ ଲକ୍ଷ୍ମୀଙ୍କୁ ମନ୍ଦାର ଫୁଲ ଚଢ଼ାଇବା ଦ୍ୱାରା ବିବାହରେ ଆସୁଥିବା ସମସ୍ୟା ସବୁ ଦୂର ହୋଇଥାଏ। ଏଥି ସହିତ ଘରେ ସୁଖ, ସମୃଦ୍ଧି ବଜାୟ ରହିଥାଏ। ସେପଟେ ଲାଲ ମନ୍ଦାର ଫୁଲ ଘରେ ଲଗାଇବା ଦ୍ୱାରା ମଙ୍ଗଳ ଦୋଷ ଏବଂ ସୂର୍ଯ୍ୟ ଦୋଷରୁ ମଧ୍ୟ ମୁକ୍ତି ମିଳିଥାଏ। ଏହାସହ ଶତ୍ରୁ ମଧ୍ୟ କମି ଯାଆନ୍ତି।

ବାସ୍ତୁ ଶାସ୍ତ୍ରରେ ମନ୍ଦାର ଫୁଲର ମହତ୍ତ୍ୱ

ବାସ୍ତୁ ଶାସ୍ତ୍ର ଅନୁସାରେ, ମନ୍ଦାର ଫୁଲକୁ ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ଲଗାଇବା ଉଚିତ। ଏହାଦ୍ୱାରା ଘରକୁ ସକାରାତ୍ମକ ଶକ୍ତି ଆସିଥାଏ ଏବଂ ଘରେ ସୁଖ, ସମୃଦ୍ଧି ଓ ଶାନ୍ତିର ବାତାବରଣ ବଜାୟ ରହିଥାଏ। କେବଳ ଏତିକି ନୁହେଁ, ଔଷଧୀୟ ରୂପେ ମଧ୍ୟ ମନ୍ଦାର ଫୁଲର ବହୁତ ମହତ୍ତ୍ୱ ରହିଛି। ଏହାର ପତ୍ର ସେବନ କରିବା ଦ୍ୱାରା ଆଇରନର ଅଭାବ ଦୂର ହୋଇଥାଏ। ଏଥି ସହିତ ମନ୍ଦାର ଫୁଲ ଓଜନ ହ୍ରାସ କରିବା ସହ ଅନେକ ରୋଗରେ ବି ଲାଭଦାୟକ ହୋଇଥାଏ।

Spread the love