ପ୍ରବଳ ବର୍ଷା ଓ କୁଆପଥର ମାଡ, ମଣ୍ଡିରେ ଭିଜିଲା ହଜାର ହଜାର ବସ୍ତା ଧାନ

କଳାହାଣ୍ଡି, ୧୨/୦୧: କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ । ବର୍ଷା ଯୋଗୁଁ ଖୋଲା ଆକାଶ ତଳେ ପଡିଥିବା ହଜାର ହଜାର କୁଇଣ୍ଟାଲ ଧାନ ଭିଜିଯାଇଛି l କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହ କୁଆପଥର ମାଡ଼ ହୋଇଥିବା ଦେଖିବାକୁ ମିଳିଛି ।

ବର୍ଷା କାରଣରୁ ପନିପରିବା ଚାଷ ଏବଂ ଡାଲି ଜାତୀୟ ଚାଷ ବ୍ୟାପକ ପରିମାଣରେ ନଷ୍ଟ ହୋଇଛି l ଏହାସହ ମଣ୍ଡି ଗୁଡିକରେ ଖୋଲା ଆକାଶ ତଳେ ପଡିରହିଥିବା ହଜାର ହଜାର କୁଇଣ୍ଟାଲ ଧାନ ବସ୍ତା ଭିଜି ନଷ୍ଟ ହୋଇଯାଇଛି l ଧାନ ଭିଜି ଯାଇ ଥିବାରୁ ଗଜା ହୋଇଯିବା ଆଶଙ୍କାରେ ଅଛନ୍ତି ଚାଷୀ । ବର୍ଷାରେ ଧାନ ଭିଜି ଯାଇଥିବାରୁ ଅଧିକ କଟନୀ ଛଟନୀ ହେବାର ଆଶଙ୍କା କରିଛନ୍ତି ଚାଷୀ ।

Spread the love