1 ଟଙ୍କାରେ ମିଳିବ 1 କିଲୋ ମାଣ୍ଡିଆ

ମିଲେଟ୍‌ ମିଶନ ଜରିଆରେ ଏଣିକି 1 ଟଙ୍କାରେ ମିଳିବ ଏକ କିଲୋ ମାଣ୍ଡିଆ ମିଳବ ବୋଲି ଘୋଷଣା କରାଯାଇଛି। ଏଭଳି କିଛି ଯୋଜନା ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର। ତେବେ ରାଜ୍ୟରେ ଥିବା ରାସନ କାର୍ଡଧାରୀଙ୍କୁ ଆସନ୍ତା ଜୁଲାଇ ମାସରୁ 1 ଟଙ୍କାରେ କିଲେ ମାଣ୍ଡିଆ ଦିଆଯିବ ବୋଲି ସ୍ପଷ୍ଟ ହୋଇଛି। ଏ ସଂପର୍କରେ କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ସୂଚନା ଦେଇ ସ୍ପଷ୍ଟ କରିଛନ୍ତି।

ଆସନ୍ତା ଜୁଲାଇ ମାସରୁ ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୂଆପଡା ଏବଂ ରାୟଗଡା ଆଦି ଜିଲ୍ଲାରେ ପରୀକ୍ଷାମୂଳକ ଭାବେ ହିତାଧୀକାରୀଙ୍କୁ ମାଣ୍ଡିଆ ବଂଟନ କରାଯିବ। ପ୍ରଥମ ପର୍ଯ୍ୟାୟରେ ପ୍ରାୟ 17 ହଜାର 500 କୁଇଂଟାଲ୍‌ ମାଣ୍ଡିଆ ଯୋଗାଇ ଦିଆଯିବ। ଆସନ୍ତା ଖରିଫ ଋତୁରେ ଚାଷୀଙ୍କଠାରୁ ମାଣ୍ଡିଆ କୁଇଂଟାଲ ପିଛା 2897 ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ଦେଇ 1 ଲକ୍ଷ କୁଇଂଟାଲ କ୍ରୟ କରିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର।

Spread the love