ମଙ୍ଗଳପୁରରେ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳନ

(ରଞ୍ଜିତ ମହାକୁଡ଼) ସୋର, ୨୪/୭: ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ଗୋଲେଇ ରେ ରାଷ୍ଟ୍ରପତିଙ୍କ ବିଜୟ ଉତ୍ସଵ ପାଳନ ହୋଇଯାଇଛି। ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଓଡିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ବିଜୟ ହୋଇଛନ୍ତି।ଏହାସହ ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳା ଦେଶର ଏହି ସର୍ବୋଚ୍ଚ ପଦବୀରେ ଅଧିଷ୍ଠିତ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଏହି ଖୁସିରେ ଆଜି ଅପରାହ୍ନରେ ମଙ୍ଗଳପୁର ରେ ବିଜେପି ନେତା ରାକେଶ ମଳିକ ଙ୍କ ନେତୃତ୍ୱରେ ସ୍ଥାନୀୟ ବିଜେପି ନେତା,କର୍ମୀ ଏବଂ ଆଦିବାସୀ ପରିବାରର ସଦସ୍ୟମାନେ ନୂତନ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଖୁସିରେ ମିଠା ବାଣ୍ଟିବା ସହ ବାଜା ବଜାଇ ନାଚଗୀତ କରିଥିଲେ।ଏହି କାର୍ଯ୍ୟକ୍ରମରେ 43 ନମ୍ବର ଜୋନର ବିଜେପି ମଣ୍ଡଳ ସଭାପତି ପ୍ରମୋଦ ନାୟକ, ପ୍ରହ୍ଲାଦ ଦାସ, ଲକ୍ଷ୍ମୀକାନ୍ତ ମହାରଣା, ସଂଜୀବ କୁମାର ନାୟକ, ନରେନ୍ଦ୍ର ଦାସ ଏବଂ ବହୁ ବିଜେପି କର୍ମୀ ଏବଂ ଉକ୍ତ ପଂଚାୟତର ଆଦିବାସୀ ପରିବାରର ସଦସ୍ୟମାନେ ଉପସ୍ଥିତ ଥିଲେ।କେନ୍ଦ୍ର ସରକାର ଓଡ଼ିଶାର ଜଣେ ଆଦିବାସୀ ମହିଳାଙ୍କୁ ଗୁରୁତ୍ୱ ଦେଇ ଦେଶର ପ୍ରଥମ ନାଗରିକ ପଦବୀରେ ବସାଇଥିବାରୁ ବିଜେପି ନେତା,କର୍ମୀ ଏବଂ ଆଦିବାସୀ ପରିବାରର ସଦସ୍ୟମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ସାହା, ଜେପି ନଡ୍ଡା ଏବଂ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love