ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ
ସୋର, ୧୨/୨/୨୦୨୬ : ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ସ୍ଥିତ ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୩ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟର ଅଧକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମାଧବ ଧଡ଼ା ଯୋଗଦେଇ ଛାତ୍ରଛାତ୍ରୀ ମାନେ ଶୃଙ୍ଖଳିତ ହେବା ସହିତ ଭଲ ମଣିଷ ହେବାକୁ ବକ୍ତବ୍ୟରେ ଆହ୍ୱାନ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନାନନ୍ଦ ସାଗର କୁମାର ଯୋଗଦେଇ ଛାତ୍ରଛାତ୍ରୀ ମାନେ ମନ ଦେଇ ପାଠ ପଢିବା ସହିତ ନୈତିକ ଓ ଧାର୍ମିକ ଜ୍ଞାନ ଆହରଣ କରି ଭଲ ମଣିଷ ହେବାକୁ ଆହ୍ୱାନ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଶ୍ରୀନିବାସ ଡିଗ୍ରୀ କଲେଜର ଅଧକ୍ଷ ଡ. ସୁରେନ୍ଦ୍ର କୁମାର ବିଶ୍ୱାଳ, ସଂଗୀତ ନିର୍ଦେଶକ ତଥା ସଂସ୍କୃତି ଅନୁଷ୍ଠାନର ଅଧ୍ୟକ୍ଷ ଅମୃତାଂଶୁ ପଟ୍ଟନାୟକ ଯୋଗ ଦେଇ ଉପସ୍ଥିତ ଶ୍ରୋତା ମଣ୍ଡଳୀଙ୍କ ଉପଲକ୍ଷେ ଦୀକ୍ଷାନ୍ତ ଭାଷଣ ପ୍ରଦାନ ଥିଲେ। ଷ୍ଟାଫ କାଉନସିଲ ର ସମ୍ପାଦକ ଡ. ପଙ୍କଜ କୁମାର ଜେନା ସାରଗର୍ଭକ ବକ୍ତବ୍ୟ ରଖିଥିଲେ। ସଂସ୍କୃତି ବିଭାଗ ଅଧିକାରିଣୀ ତଥା ଓଡ଼ିଆ ବିଭାଗ ମୁଖ୍ୟ ପୁଷ୍ପଲତା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ଷ୍ଟାଫ ଆସୋସିଏସନ ର ସମ୍ପାଦକ ତଥା ପ୍ରଶାସନିକ ଅଧିକାରୀ ଡ. ପୁଣ୍ୟବ୍ରତ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ବିତରଣ କରାଯାଇଥିଲା। ଅବଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ‘ମେଲୋଡି ସନ୍ଧ୍ୟା’କୁ ସମସ୍ତେ ଉପଭୋଗ କରିଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି ବାର୍ଷିକ ଉତ୍ସବର ସଫଳତା ପାଇଁ ଶିକ୍ଷା ଅନୁଷ୍ଠାନର ସମସ୍ତ ଅଧ୍ୟାପକ, ଅଧ୍ୟ୍ୟାପିକା, ପି. ଜି. ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ବୃନ୍ଦ ସକ୍ରିୟ ସହଯୋଗ କରିଥିଲେ।
