ପ୍ରସିଦ୍ଧ ଗାୟକ-ଅଭିନେତା ମଣିକ୍କା ବିନୟାଗମଙ୍କ ପରଲୋକ

ନୂଆଦିଲ୍ଲୀ ୨୭/୧୨: ଅଭିନୟ ଏବଂ ଗୀତ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଥିବା ମଣିକ୍କା ବିନୟାଗମଙ୍କର ଦେହାନ୍ତ ହୋଇଛି। ବିନୟାଗମ ଦୀର୍ଘ ଦିନ ଧରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ଥିଲେ ଏବଂ ଅନେକ ଦିନ ଧରି ଚିକିତ୍ସିତ ହେଉଥିଲେ। ଗତକାଲି ହୃଦଘାତ ହେତୁ ତାଙ୍କର ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି।

ବିନୟାଗମ୍ ଜଣେ ତାମିଲ୍ ପ୍ଲେବ୍ୟାକ୍ ଗାୟକ ଏବଂ ଅଭିନେତା ଥିଲେ। ସେ ସମସ୍ତ ଦକ୍ଷିଣ ଭାରତୀୟ ଭାଷା ଫିଲ୍ମ ପାଇଁ ଗୀତ ଗାଇଥିଲେ। ଏହା ସହିତ ସେ ଅନେକ ତାମିଲ ଫିଚର ଫିଲ୍ମରେ ମଧ୍ୟ ଅଭିନେତା ଭାବରେ କାମ କରିଥିଲେ। ତାଙ୍କର ମୃତ୍ୟୁରେ ତାମିଲ ସିନେମାରେ ଶୋକର ଲହରୀ ଖେଳିଯାଇଛି। ଅନେକ ସେଲିବ୍ରିଟି ସ୍ୱର୍ଗତ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

Spread the love