ରାଜଧାନୀବାସୀଙ୍କ ସେବା ପାଇଁ ମନ୍ମଥ ପାଇଲଟ ଚାକିରି ଛାଡିଛନ୍ତି, ତାଙ୍କୁ ସୁଯୋଗ ଦିଅନ୍ତୁ : ନବୀନ ପଟ୍ଟନାୟକ

ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ଭୋଟ ଦେବାକୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ମଥ ରାଉତରାୟ ଜଣେ ସଫଳ ପାଇଲଟ୍ ଥିଲେ । ଆଜି ରାଜଧାନୀବାସୀଙ୍କ ସେବା କରିବା ପାଇଁ ଭୁବନେଶ୍ୱର ମାଟିକୁ ଫେରିଆସିଛନ୍ତି । ଏବେ ରାଜନୀତିରେ ଯୁବପିଢିଙ୍କ ଯୋଗଦାନ ବହୁତ ବେଶୀ ରହିଛି। ମନ୍ମଥ ଏହି ଯୁବପୀଢୀଙ୍କ ପାଇଁ ପ୍ରେରଣା ସାଜିଥିବାରୁ ମୁଁ ବହୁତ ଖୁସି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହୁରି ନାଁ ନ ନେଇ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । କହିଛନ୍ତି, ଗତ ୫ ବର୍ଷରେ ବର୍ତ୍ତମାନର ସାଂସଦ କୌଣସି ବଡ଼ କାମ କରିନାହାନ୍ତି । ଏକାମ୍ର ଏବଂ ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ କାମକୁ ବନ୍ଦକରିବାକୁ ଚେଷ୍ଟା ବାରମ୍ୱାର ଚେଷ୍ଟା କରିଛନ୍ତି । ମନ୍ମଥ ଭୁବନେଶ୍ୱର ଲୋକଙ୍କ ଉନ୍ନତି ପାଇଁ ଦିନ ରାତି ମୋ କାମ କରିବେ । ଭୁବନେଶ୍ୱରକୁ ଓ୍ୱାଲ୍ଡ କ୍ଲାସ୍ ସିଟି ଭାବରେ ଗଢିବାରେ ମୋତେ ସହଯୋଗ କରିବେ । ସେଥିପାଇଁ ମନ୍ମଥଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି ।

Spread the love