ଜଟଣୀରୁ ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ

ଜଟଣୀ ନିର୍ବାଚନ ମଣ୍ଡଳିରୁ ଏଥର ନିର୍ବାଚନ ଲଢିବେ ସୁରଙ୍କ ପୁଅ ମନ୍ମଥ ରାଉତରାୟ । ଏହା ଖୋଦ ଜଟଣୀ ବିଧାୟକ ସୁର ରାଉତରାୟ ଘୋଷଣା କରିଛନ୍ତି । ଚାକିରୀ ଛାଡି ଓଡିଶା ଫେରୁଥିବା ମନ୍ମଥ ରାଉତରାୟଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ କରାଯାଇଛି । ପାରମ୍ପରିକ ବାଜା ସହ ତାଙ୍କ ସମର୍ଥକ ଓ ଶୁଭେଚ୍ଛୁକ ସ୍ୱାଗତ କରିଛନ୍ତି । ଏହି ଅବସରରେ ବିଧାୟକ ସୁରେଶ ରାଉତ ରାୟ କହିଛନ୍ତି ୨୦୨୪ ନିର୍ବାଚନରେ ଜଟଣି ବିଧାୟକ ପ୍ରାର୍ଥୀ ଭାବେ ପୁଅ ମନ୍ମଥ ରାଉତରାୟ ନିର୍ବାଚନ ଲଢିବେ । କିନ୍ତୁ କେଉଁ ଦଳର ମନ୍ମଥ ଲଢିବେ ତାହା ସ୍ପଷ୍ଟ କରି ନାହାନ୍ତି । ଏହା ପରେ ମନ୍ମଥ ରାଉତରାଉୟଙ୍କୁ ବିଶାଳ ଶୋଭାଯାତ୍ରା କରି ଜଟଣୀକୁ ପାଛୋଟି ନିଆଯାଇଛି ।

Spread the love