ବଦଳାଇ ଦେଇଥିଲେ ଦେଶର ଅର୍ଥନୀତିର ଅବସ୍ଥା

ନୂଆଦିଲ୍ଲୀ, ୨୬/୦୯: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଆଜି ୮୮ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଦେଶର ଅର୍ଥବ୍ୟବସ୍ଥାରେ ତାଙ୍କ ଯୋଗଦାନକୁ ନେଇ ପୁଣି ଥରେ ଚର୍ଚ୍ଚା ହେଉଛି। ମନମୋହନ ସିଂହଙ୍କୁ ଭାରତରେ ଆର୍ଥିକ ଉଦାରୀକରଣ ଓ ଆର୍ଥିକ ସୁଧାରର ଜନକ କୁହାଯାଏ। ୧୯୯୧ରେ ଅର୍ଥମନ୍ତ୍ରୀ ଥିବା ସମୟରେ ସେ ଭାରତୀୟ ଅର୍ଥବ୍ୟବସ୍ଥାର ନୂତନ ଯୁଗର ସୂତ୍ରପାତ କରିଥିଲେ। ଆସନ୍ତୁ ଜାଣିବା ତାଙ୍କ ଜନ୍ମ ଦିନ ଅବସରରେ ତାଙ୍କ ଉପଲବ୍ଧି ବିଷୟରେ।

୨୦୦୪ରେ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ(ୟୁପିଏ) ସରକାରରେ ସେ ଦେଶର ୧୩ତମ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ କେବଳ ନିଜର ପାଞ୍ଚ ବର୍ଷ କାର୍ଯ୍ୟକାଳ ପୂରଣ କରିନଥିଲେ ବରଂ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ।

ଏହାପୂର୍ବରୁ କଂଗ୍ରେସ ନେତା ତଥା ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କ ସରକାରରେ ସେ ଭାରତର ଅର୍ଥମନ୍ତ୍ରୀ ଦାୟିତ୍ଵ ସମ୍ଭାଳିଥଲେ। ପ୍ରଧାନମନ୍ତ୍ରୀ ରହିବା ସମୟରେ ମନମୋହନ ସିଂହ ଅନେକ ସାହସିକ ଐତିହାସିକ ନିଷ୍ପତ୍ତି ନେଇଥିଲେ। କିନ୍ତୁ ତାଙ୍କର ଦେଶ ପ୍ରତି ଅଧିକ ଯୋଗଦାନ ଅର୍ଥମନ୍ତ୍ରୀ ଥିବା ସମୟରେ ରହିଥିବା କୁହାଯାଏ। ସେ ୧୯୯୧ରେ ଦଶନ୍ଧି ଧରି ବନ୍ଦ ଭାରତୀୟ ଅର୍ଥବ୍ୟବସ୍ଥାକୁ ଖୋଲିବା ତଥା ଦେଶରେ ଆର୍ଥିକ ଉଦାରୀକରଣ ଆରମ୍ଭ କରିଥିଲେ।

ଏହିପରି ସେ ଲାଇସେନ୍ସ ରାଜକୁ ସମାପ୍ତ କରିଥିଲେ  ଏବଂ ଆର୍ଥିକ ସୁଧାରକୁ ଆଗକୁ ବଢାଇଥିଲେ। ଯେବେ ସେ ଅର୍ଥ ମନ୍ତ୍ରୀ ଥିଲେ ତେବେ ଦେଶର ଅବସ୍ଥା ବହୁତ ଶୋଚନୀୟ ଥିଲା। ଦେଶକୁ ନିଜର ଖର୍ଚ୍ଚ ଚଳାଇବା ପାଇଁ ସୁନା ବନ୍ଧକ ରଖାଯାଇଥିଲା। ମାତ୍ର ମନମୋହନ ସିଂହ ଅର୍ଥ ମନ୍ତ୍ରଣାଳୟର ଦାୟିତ୍ଵ ସମ୍ଭାଳିବା ପରେ ଦେଶର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ଆରମ୍ଭ ହୋଇଥିଲା।

Spread the love