ଲେଫ୍ଟନାଲ ଜେନେରାଲ ମନୋଜ ପାଣ୍ଡେ ହେବେ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ

ନୂଆଦିଲ୍ଲୀ:  ଲେଫ୍ଟନାଲ ଜେନେରାଲ ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସ୍ଥଳ ସେନା ମୁଖ୍ୟ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଯୁକ୍ତି ପ୍ରଦାନ କରାଯାଇଛି ଏବଂ ଏପ୍ରିଲ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାର ଦାୟିତ୍ବ ସମ୍ଭାଳିବେ। ପ୍ରଥମ ଇଞ୍ଜିନିୟର ଭାବେ ସ୍ଥଳସେନା ମୁଖ୍ୟ ହେବେ ମନୋଜ ପାଣ୍ଡେ ସ୍ଥଳ ସେନା ମୁଖ୍ୟ ହେବେ ବୋଲି ଜଣାପଡ଼ିଛି। ମନୋଜ ମୁକୁନ୍ଦ ନରବଣେଙ୍କ ପରେ ଜେନେରାଲ ମନୋଜ ପାଣ୍ଡେ ସେନାର ବରିଷ୍ଠ ଅଧିକାରୀ ଅଟନ୍ତି। ଜେନେରାଲ ନରଭଣେଙ୍କଠାରୁ ମନୋଜ ପାଣ୍ଡେ ସ୍ଥଳ ସେନା ମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ।ନିଜର ୩୯ ବର୍ଷର ସେନା କ୍ୟାରିୟରରେ ଭିତରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ପଶ୍ଚିମ ଥିଏଟରରେ ଇଞ୍ଜିନିୟର ବ୍ରିଗେଡ୍, ଏଲଓପିରେ ପଦାତିକ ସେନାର ବ୍ରିଗେଡ୍, ଲଦାଖ ସେକ୍ଟରର ପୂର୍ବ ଡିଭିଜନ୍ ଓ ଉତ୍ତର-ପୂର୍ବ ଡିଭିଜନରେ ସଫଳତାର ସହ ଦାୟିତ୍ବ ସମ୍ପାଦନ କରିଛନ୍ତି। ଏହା ସହିତ ସେ ଆଣ୍ଡାମାନ ଓ ନିକୋବରରେ କମାଣ୍ଡର-ଇନ୍-ଚିଫ୍ ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି।

Spread the love