ସାରା ଦେଶକୁ ଛୁଇଁଲା ମୌସୁମୀ ବାୟୁ, ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ

ସମ୍ପୂର୍ଣ୍ଣ ଦେଶକୁ ଛୁଇଁଲା ମୌସୁମୀ ବାୟୁ । ଆଜି ସାରା ଦେଶ କୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସ୍ୱାଭାବିକ ତାରିଖ ୮ ଜୁଲାଇ ପରିବର୍ତ୍ତେ ୬ ଦିନ ଆଗରୁ ସାରା ଦେଶକୁ ଅଗ୍ରସର ହୋଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟାରେ ୧୩ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୩୦ ଘଣ୍ଟା ଧରି ଗୁଜରାଟରେ ପ୍ରବଳ ବର୍ଷା ଜାରି ରହିଛି । ୧୦ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବର୍ଷା ଯୋଗୁ ବନ୍ୟା ସ୍ଥିିତି ଉପୁଜିଛି । ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ SDRF ଏବଂ ଏୟାରଫୋର୍ସକୁ ନିୟୋଜିତ କରାଯାଇଛି ।

ହିମାଚଳରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଫଳରେ ସପ୍ତାହେ ଭିତରେ ୨ଜଣଙ୍କ ମୃତ୍ୟୁ ହେଲାଣି । ସେପଟେ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ଗତ ୧୩ଘଣ୍ଟା ଧରି ବଦ୍ରିନାଥ ଜାତୀୟ ରାଜପଥ ବନ୍ଦ କରି ଦିଆଯାଇଛି ।

Spread the love