ସରିଲା ବିଧାନସଭା ମୌସୁମୀ ଅଧିବେଶନ, ଗୃହକାର୍ଯ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି

ଭୁବନେଶ୍ବର: ଚଳିତ ବିଧାନସଭା ମୌସୁମୀ ଅଧିବେଶନ ମଙ୍ଗଳବାର ‌‌ଶେଷ ହୋଇଛି। ବାଚସ୍ପତି ପ୍ରମିଳା ମଲ୍ଲିକ ଗୃହକାର୍ଯ୍ୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି। ଗତ ସେପ୍ଟେମ୍ବର ୨୨ରୁ ଆରମ୍ଭ ହୋଇଥିବା ଅଧିବେଶନ ଧାର୍ଯ୍ୟ କାର୍ଯ୍ୟସୂଚୀର ଦିନକ ପୂର୍ବରୁ ଶେଷ ହୋଇଛି। ତେବେ ଚଳିତ ମୌସୁମୀ ଅଧିବେଶନରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ସହ ମୋଟ ୧୨ଟି ବିଲ୍‌ ପାରିତ ହୋଇଛି। ୨୮ ହଜାର ୨୦୦ କୋଟି ଟଙ୍କାର ବଜେଟ ବିଧାନସଭାରେ ପାରିତ ହୋଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ସହ ୧୨ ବିଲ ଏହି ଅଧିବେଶନରେ ଆଲୋଚନା ହୋଇ ପାରିତ ହୋଇଛି। ଅନେକ ଜନସ୍ୱାର୍ଥ ପ୍ରସଙ୍ଗରେ ଆଲୋଚନା ହୋଇଛି। ବାଚସ୍ପତି, ଉପବାଚସ୍ପତି, ଭଲ ଭାବେ ଗୃହ ଚଳାଇଥିବାରୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ବିରୋଧୀଙ୍କୁ ମଧ୍ୟ ଧନ୍ୟବାଦ ସେମାନଙ୍କ ସହଯୋଗ ପାଇଁ। ସଦସ୍ୟମାନଙ୍କୁ ଧନ୍ୟବାଦ ଯେ ସେମାନେ ଆଲୋଚନାରେ ଭାଗ ନେଇ ଉଚ୍ଚକୋଟି ପ୍ରଦର୍ଶନ କରିଥିଲେ। ଗଣମାଧ୍ୟମ ଓ ସରକାରୀ ଅଧିକାରୀଙ୍କୁ ବି ଧନ୍ୟବାଦ ଜଣାଉଛି।

Spread the love