ମୌସୁମୀ ଅଧିବେଶନ ବେଳେ ଗୁରୁତ୍ୱପୂର୍ଣ୍ଣ ବିଭାଗର IAS ଛୁଟିରେ

ଚଳିତ ଆର୍ଥିକ ବର୍ଷ ପାଇଁ ଓଡ଼ିଶା ବିଧାନସଭାରେ ଶନିବାର ବ୍ୟୟ ମଞ୍ଜୁରୀ ବିଲ ଗୃହୀତ ହୋଇଯାଇଛି । ମାତ୍ର ବିଡମ୍ବନାର ବିଷୟ ହେଲା ଏତେ ଜରୁରୀକାଳୀନ ସମୟରେ ଜଣେ କି ଦୁଇଜଣ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଅନୁପସ୍ଥିତ ରହିବା ବିଧାୟକ ମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଧିବେଶନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀଙ୍କୁ ଛୁଟି ନେବାକୁ ଅନୁମତି ମିଳୁନଥିବା ବେଳେ ଏକାବେଳେ ଏତେ IAS ମାନଙ୍କୁ କିପରି ଛୁଟି ମିଳିଲା, ଏହାକୁ ନେଇ ବିଧାୟକଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ସଚିବମାନେ ମନ୍ତ୍ରୀ, ବିଧାୟକଙ୍କୁ ଅସଂମ୍ମାନ କରୁଥିବା ଅନେକ ଥର ଚର୍ଚ୍ଚାର ପରିସରଭୁକ୍ତ ହୋଇଛି । କିନ୍ତୁ ଏଥର ସେମାନେ ବିଧାନସଭା ପରି ପବିତ୍ର ସ୍ଥାନର ଅସଂମ୍ମାନ କରିଥିବା ବିଧାୟକଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି । କାହିଁକି ନା ମଞ୍ଜୁରୀ ବିଲ ପାରିତ ସମୟରେ ପ୍ରାୟ ସବୁ ବିଭାଗ ବିଷୟରେ ଆଲୋଚନା କରାଯାଇଥାଏ । ତେଣୁ ଗୃହରେ ସମସ୍ତ ବିଭାଗର ସଚିବ ଉପସ୍ଥିତ ରହିଥାନ୍ତି । ମାତ୍ର ଶନିବାର ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ ଆଲୋଚନା ବେଳେ ‘ଅଫିସର୍ସ ଗ୍ୟାଲେରୀ’ରେ ମୁଖ୍ୟ ବିଭାଗର ସଚିବ ମାନଙ୍କ ଅନୁପସ୍ଥିତିକୁ ନେଇ ରାଜନୈତିକ ବିଶେଷଜ୍ଞ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ସମବାୟ ଏବଂ ଏସଟିଏସସି ଉନ୍ନୟନ, ଓବିସି, ସଂଖ୍ୟାଲଘୁ ବିକାଶ ବିଭାଗର ସଚିବମାନେ ବିଧାନସଭାରେ ଅନୁପସ୍ଥିତ ଥିଲେ । କେତେକ ବିଭାଗରେ ସଚିବଙ୍କ ଅନୁପସ୍ଥିତି ଯୋଗୁଁ ଦାୟିତ୍ବରେ ଥିବା ଭାରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

Spread the love