ଯଦି ଭଗବାନଙ୍କୁ ପୂଜା କଲା ବେଳେ ଭୁଲ ହୋଇଯାଉଛି, ତେବେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ

ସତ୍ୟଦ୍ରଷ୍ଟା : ଆପଣମାନେ ସମସ୍ତେ ପୂଜା ଘରେ ଭଗବାନଙ୍କ ସ୍ଥାପନା କରି ପୂଜାର୍ଚ୍ଚନା ନିହାତି ଭାବେ କରୁଥିବେ । ପୂଜାର୍ଚ୍ଚନାର ଅନେକ ନିୟମ ରହିଛି । ସେହିପରି ପୂଜା କରିବା ସମୟରେ ଅନେକ ଥର ଅଜଣାରେ ଭୁଲ ମଧ୍ୟ ହୋଇଯାଇଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଯଦି ପୂଜା କଲା ସମୟରେ ଆପଣଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଉଛି ତେବେ ସେଥିପାଇଁ ଶାସ୍ତ୍ରରେ କ୍ଷମା ପ୍ରର୍ଥନା କରିବାର ମନ୍ତ୍ର ବର୍ଣ୍ଣିତ ଅଛି । ଯେଉଁ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା ପୂଜା ରେ ହୋଇଥିବା ଭୁଲ ପାଇଁ ଇଶ୍ୱରଙ୍କୁ କ୍ଷମା ମଗା ଯାଇଥାଏ ।

ମନ୍ତ୍ର:  ଆବାହନଂ ନ ଜାନାମି ନ ଜାନାମି ବିସର୍ଜନମ୍ । ପୂଜା ଚୌବ ନ ଜାନାମି କ୍ଷମସ୍ୱ ପରମେଶ୍ୱର

ମନ୍ତ୍ରହୀନଂ କ୍ରିୟାହୀନଂ ଭକ୍ତିହୀନଂ ଜନାର୍ଦନ । ୟତ୍ପୁଜିତଂ ମୟା ଦେବ । ପରିପୂର୍ଣ୍ଣ ତଦସ୍ତୁ ମେ

ଅର୍ଥାତ ହେ ଇଶ୍ୱର ମୁଁ ଆପଣଙ୍କ ‘ଆବାହନଂ’ ଅର୍ଥାତ ଡାକି ଜାଣିନି କି ‘ବିସର୍ଜନମ’ ଅର୍ଥାତ ନା ମୁଁ ଆପଣଙ୍କୁ ବିଦା କରିବା ଜାଣିଛି, ମୋତେ ଆପଣଙ୍କ ପୂଜା ବି ଆସୁନାହିଁ । ଦୟାକରି ମୋତେ କ୍ଷମା କରି ଦିଅନ୍ତୁ । ନା ମୋତେ କୌଣସି ମନ୍ତ୍ରର ଜ୍ଞାନ ଅଛି ନ କ୍ରିୟାର , ମୁଁ ଆପଣଙ୍କ ଭକ୍ତି କରିବା ବି ଜାଣିନି । ଯଥା ସମ୍ଭବ ପୂଜା କରୁଛି, ଦୟାକରି ମୋ ଭୁଲ କୁ କ୍ଷମା କରନ୍ତୁ । ମୁଁ ଜଣେ ଭକ୍ତ ମୋର ଭୁଲ ହୋଇ ପାରେ , ହେ ଇଶ୍ୱର ମୋତେ କ୍ଷମା କରିଦିଅ ଏବଂ ମୋ ଅହଂକାରକୁ ଦୂର କରିଦିଅ । ମୁଁ ଆପଣଙ୍କ ଶରଣରେ ଅଛି ।

Spread the love